fbpx

(Video) ସାବଧାନ୍! ଏହି ଭୁଲ ଥିଲେ ମିଳିବନି ସୁଭଦ୍ରା ଟଙ୍କା: ରେଜିଷ୍ଟ୍ରେସନ୍ ସମୟରେ ରୁହନ୍ତୁ ସତର୍କ…

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ରାଜ୍ୟର ୨୫ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି । କିନ୍ତୁ ଆହୁରି ଲକ୍ଷ ଲକ୍ଷ ମହିଳା ଏବେ ବି ‘ସୁଭଦ୍ରା’ ଟଙ୍କାକୁ ଅପେକ୍ଷା କରି ରହିଛନ୍ତି । ଅନେକ ହିତାଧିକାରୀଙ୍କର ପଞ୍ଜିକରଣ କଟି ଯାଇଛି । ସେମାନେ ଟଙ୍କା ପାଇବା ପାଇଁ ଯୋଗ୍ୟ ଥାଇ ମଧ୍ୟ ସେମାନଙ୍କୁ ଟଙ୍କା ମିଳି ନାହିଁ । ଟଙ୍କା କାହିଁକି ଆକାଉଣ୍ଟକୁ ଆସୁନାହିଁ ବୋଲି ଉଠିଛି ପ୍ରଶ୍ନ । ଏହାର କାରଣ ହେଉଛି, ସେମାନେ ସେମାନଙ୍କର ପଞ୍ଜିକରଣକୁ ସଠିକ ଭାବରେ କରି ନାହାଁନ୍ତି । ଯେଉଁଥିପାଇଁ ସୁଭଦ୍ରା ଟଙ୍କା ପାଇବା ପାଇଁ ସେମାନେ ଯୋଗ୍ୟ ଥାଇ ମଧ୍ୟ ଆଜି ଟଙ୍କା ମିଳି ନାହିଁ । ଯଦି ଆପଣମାନେ ମଧ୍ୟ ଟଙ୍କା ପାଇବାକୁ ଚାହୁଁଛନ୍ତି, ତାହାଲେ ଏମିତି ଭୁଲ କରନ୍ତୁ ନାହିଁ ।

ଓଡ଼ିଶାରେ ପ୍ରତିଟି ମହିଳାଙ୍କ ଆକାଉଣ୍ଟକୁ ଆସିଛି ୫ ହଜାର ଟଙ୍କା ଲେଖାଏଁ ସୁଭଦ୍ରା ଟଙ୍କା । ଆଗକୁ ଆହୁରି ମଧ୍ୟ ମଳିବ । ଯାହାକୁ ନେଇ ଏବେ ସବୁ ମହିଳା ସୁଭଦ୍ରା ଟଙ୍କା ପାଇଁ ଆବେଦନ କରିବାରେ ଲାଗି ପଡ଼ିଛନ୍ତି । ଆପଣ ଯଦି ସୁଭଦ୍ରା ଟଙ୍କା ପାଇଁ ପଞ୍ଜି କାରଣ କରିବାକୁ ଯାଉଛନ୍ତି, ତାହେଲେ ଏହି ୩ ଭୁଲ ପ୍ରତି ଟିକିଏ ସଜାଗ ରୁହନ୍ତୁ । ଯଦି ଭୁଲ କରିବେ ତାହାଲେ ଆକାଉଣ୍ଟକୁ ଟଙ୍କା ଆସି ପାରିବ ନାହିଁ । ଅନ୍ୟ ସବୁ ମହିଳା ଟଙ୍କା ପାଇବେ ଆପଣ ଟଙ୍କା ପାଇବେ ନାହିଁ । ସେଥିପାଇଁ ପଞ୍ଜିକରଣ କରିବା ପୂର୍ବରୁ ବାରମ୍ବାର ଯାଞ୍ଚ କରି ପକାନ୍ତୁ । ତେବେ ସେହି ଭୁଲ ଗୁଡ଼ିକ ହେଉଛି:

  • ପ୍ରଥମେ ଆପଣଙ୍କର ଆଧାର କାର୍ଡ କାମ କରୁଥିବା ଦରକାର
  • ଆପଣଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଏବଂ ଫୋନ ନମ୍ବର ଲିଙ୍କ ହୋଇଥିବା ଆବଶ୍ୟକ
  • ବ୍ୟାଙ୍କ ଖାତାରେ ଡିବିଟିର ସୁବିଧା ଥିବା ଦରକାର (ଡିବିଟିର ମାନେ ହେଉଛି ଗୋଟିଏ ବ୍ୟାଙ୍କରୁ ଆପଣଙ୍କ ବ୍ୟାଙ୍କକୁ ସିଧାସଳଖ ଭାବରେ ଟଙ୍କା ନେଣଦେଣ ହେବାର ପ୍ରକ୍ରିୟା)
  • ଏହା ବ୍ୟତୀତ ଯେତେବେଳେ ପଞ୍ଜିକରଣ ଫର୍ମରେ ଆପଣ ଆପଣଙ୍କର ଆକାଉଣ୍ଟ ନମ୍ବର ଲେଖୁଛନ୍ତି, ସେହି ନମ୍ବରଟି ଆପଣଙ୍କୁ ଠିକ ଭାବରେ ଲେଖିବାକୁ ପଡ଼ିବ

ଯଦି ଠିକ ଭାବରେ ଲେଖିବେ ନାହିଁ ତାହେଲେ ଟଙ୍କା ଆସି ପାରିବ ନାହିଁ । ଏହି ସବୁ ଭୁଲ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଆସି ଜମା ହେବ । ନଚେତ୍ ‘ସୁଭଦ୍ରା’ ଯୋଜନାରେ ଟଙ୍କା ଆସିପାରିବ ନାହିଁ । ତେଣୁ ପଞ୍ଜିକରଣ ସମୟରେ ଯଥା ସମ୍ଭବ ସତର୍କତାର ସହ ଏହି ଫର୍ମ ପୂରଣ କରିବା ସହ ଏହାକୁ ଯାଞ୍ଚ ମଧ୍ୟ କରନ୍ତୁ ।

Get real time updates directly on you device, subscribe now.