ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧, ଅଗଷ୍ଟରେ ମିଳିବ ୧୫ ହଜାର ଟଙ୍କା
ସୁଭଦ୍ରା ଯୋଜନା: ଅଗଷ୍ଟରେ ମିଳିବ ୧୫ ହଜାର ଟଙ୍କା
ଭୁବନେଶ୍ୱର: ସୁଭଦ୍ରା ଟଙ୍କା ଚଳିତ ମାସ ୮ ତାରିଖରେ ଏକ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ମିଳିସାରିଛି। ଯେଉଁମାନେ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ପାଇ ନଥିଲେ ସେମାନଙ୍କୁ ରାଜ୍ୟ ସରକାର ଏକାଥରକେ ଦୁଇଟି କିସ୍ତିର ଟଙ୍କା ୧୦ ହଜାର ଦେଇଛନ୍ତି।
ଆଉ ସେହିପରି ଆଗକୁ ଯେଉଁ ଯୋଗ୍ୟ ହିତାଧୀକାରୀ ‘ସୁଭଦ୍ରା’ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନେ ଏକାଥରେ ୩ଟି ଯାକ କିସ୍ତି ପାଇବେ ବୋଲି ରାଜ୍ୟ ସରକାର ପୂର୍ବରୁ କହିସାରିଛନ୍ତି।
3ୟ କିସ୍ତି କେବେ ମିଳିବ: ବ୍ରହ୍ମପୁରରେ ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କ ଖାତାକୁ ଯାଇଛି ‘ସୁଭଦ୍ରା’ ଟଙ୍କା । ସୁଭଦ୍ରା ଟଙ୍କାର ତୃତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଯାଉଛି।
କିନ୍ତୁ ତୃତୀୟ କିସ୍ତି କେଉଁଠାରୁ ଦିଆଯିବ ତା’ ଏଯାଏଁ ସ୍ପଷ୍ଟ ହୋଇନାହିଁ । ହେଲେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁମାନେ ଦୁଇଟି ଯାକ କିସ୍ତି ପାଇ ସାରିଛନ୍ତି ସେମାନଙ୍କୁ ୫ ହଜାର ଟଙ୍କା ମିଳିବ ଏବଂ ଯେଉଁମାନେ ଆଦୌ ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ ୧୫ ହଜାର ଟଙ୍କା ମିଳିବ।
ଆବେଦନର ଶେଷ ତାରିଖ: ମାର୍ଚ୍ଚ ୩୧ରେ ସୁଭଦ୍ରା ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର। ଡୋର ଟୁ ଡୋର ଯାଇ ୱାନ ଟୁ ୱାନ ସର୍ଭେ କରିବେ ଅଧିକାରୀ । ଫିଲ୍ଡ ଭେରିଫିକେସନ ପରେ ଯାହା ରହିଯିବ ରକ୍ଷା ବନ୍ଧନରେ ଏକସଙ୍ଗେ ୩ଟି କିସ୍ତି ମିଳିବ।
ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ଏକାଥରକେ ସୁଭଦ୍ରାର ତିନୋଟି କିସ୍ତି ପାଇବେ। ତେବେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଆଣିଥିଲେ ସୁଭଦ୍ରା ଯୋଜନା । ମାତ୍ର ୯ ମାସରେ ଏହି ଯୋଜନାରେ ଯୋଡି ହୋଇଛନ୍ତି ୧ କୋଟିରୁ ଉର୍ଦ୍ଧ୍ବ ମହିଳା । ଏହା ବିଜେପି ସରକାର ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି ।