ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ, ଆଉ ଆସିବନି ଆକାଉଣ୍ଟଙ୍କୁ ଟଙ୍କା… ଅଛି କି ନାମ କରନ୍ତୁ ଚେକ
ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ତାଲିକାରୁ କଟିବ ଏହି ମହିଳାଙ୍କ ନାମ,
ଭୁବନେଶ୍ୱର:ଆଜି ସୁଭଦ୍ରା ସମୀକ୍ଷା ବୈଠକ । ସୁଭଦ୍ରାକୁ ନେଇ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ସାମିଲ ହେବେ । ଆଜି ସୁଭଦ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ହେବା ନେଇ ବୈଠକରେ ଆଲୋଚନା ହେବ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏଥିରୁ ବାଦ୍ ପଡିବେ ଧନୀ ମହିଳା । ତିନି ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଛି ତଥ୍ୟ । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ୩ ବିଭାଗ ରିପୋର୍ଟ ଆଧାରରେ ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ । ଏଥିସହ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡିବା ନେଇ ମଧ୍ୟ ନିଷ୍ପତ୍ତି ହୋଇପାରେ ।
ତେବେ ବୈଠକ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୋଗ୍ୟ ହିତାଧିକାରୀ ନିଶ୍ଚୟ ସୁଭଦ୍ରା ଯୋଜନା ସହାୟତା ପାଇବେ। ସୁଭଦ୍ରା ଯୋଜନାର ସମୀକ୍ଷା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ। କାହିଁକି ବଞ୍ଚିତ ହେଲେ, ତାହାର ତର୍ଜମା ଚାଲିଛି ଏବଂ ଯୋଗ୍ୟ ହୋଇଥିଲେ ଏକା ଥରକେ ଦୁଇଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଥିଲେ।
ସୂଚନାମୁତାବକ ଉପ ମୁଖ୍ୟମନ୍ତ୍ରୀ ସୁଭଦ୍ରା ସମୀକ୍ଷା ବୈଠକ ପୂର୍ବରୁ ତିନି ବିଭାଗକୁ ତଥ୍ୟ ମାଗିଥିଲେ। ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଏହି ତଥ୍ୟ ମଗାଯାଇଥିଲା । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରିଚକିଆ ଥିବା ମହିଳାଙ୍କ ତଥ୍ୟ ମାଗ ଯାଇଥିଲା। ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି, ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ତେବେ ଏଭଳି ମହିଳା ମାନଙ୍କୁ ଲିଷ୍ଟରୁ ବାଦ ଦିଆ ଯିବ ବୋଲି ଚର୍ଚ୍ଚା ହେଉଛି।