fbpx

ପଠାଯାଇଥିବା ୭୦ଟି ନମୁନାରୁ ଆସିଛି ୬୯ଟି ରିପୋର୍ଟ, ବାକି ରହିଛି ଗୋଟିଏ ରିପୋର୍ଟ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୧ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ  । ସେ କହିଛନ୍ତି କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । କରୋନା ପାଇଁ ନକ୍ ଡ଼ାଡ଼ନ ପାଇଁ ଲକ୍ ଡ଼ାଉନ କରାଯାଇଛି । ସମସ୍ତେ ସହଯୋଗ କଲେ ଆମେ କରୋନାର ମୁକାବିଲା କରିପାରିବା । ରାଜ୍ୟରେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍ ଡ଼ାଉନ କରାଯାଇଛି । ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ପାଇଁ ଏହା ଲାଗୁ ହେବ । ଏସବୁ ଜିଲ୍ଲାରେ ସବୁ ସହର ଓ ସବୁ ଗାଁ ଲକ୍ ଡାଉନ ରହିବ । ୮ଟି ସହର ଝାରସୁଗୁଡ଼ା, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼, ଯାଜପୁର ଟାଉନରେ ମଦ୍ୟ ଏହି ନିୟମ ଳାଗୁ ହେବ । ଏନେଇ କିଛି ଅସୁବିଧା ହେବ କନ୍ତୁ ଏହି ତାଲାବନ୍ଦ ବହୁତ ଆବଶ୍ୟକ ରହିଛି । ଆସନ୍ତାକାଲି ସକାଳ ୭ଟାରୁ ୨୯ମାର୍ଚ୍ଚ ରାତି ୯ଟା ଯାଏଁ ଏହି ନିୟମ ଳାଗୁ ହେବ ।
କାଲିଫର୍ଣ୍ଣିଆ ରେ ଲୋକସଂଖ୍ୟା ୪କୋଟି ଥିବା ବେଳେ ଓଡ଼ିଶାର ଲୋକସଂଖ୍ୟା ୪କୋଟି ରହିଛି । କରୋନା ପାଇଁ କାଲିଫର୍ଣ୍ଣିଆକୁ ସମ୍ପୂର୍ଣ୍ଣ ରୂପେ ତାଲାବନ୍ଦ କରାଯାଇଛି । ରାଜ୍ୟରେଏପର୍ଯ୍ୟନ୍ତ ମୋଟ୍ ୭୦ଟି ନମୂନା ପାଇଁ ପଠାଯାଇଥିବା ବେଳେ ସେଥିରୁ ୬୯ଟି ନମୁନାର ରିପୋର୍ଟ ଆସିଛି । ଆଉ ଗୋଟିଏ ନମୁନାର ରିପୋର୍ଟ ଆସିବାର ବାକି ରହିଛି । ଓଡ଼ିଶାରେ ଆକ୍ରାନ୍ତ ଥିବା ଦୁଇଜଣଙ୍କ ସଂସ୍ପର୍ଶରେ ୫୬ଜଣ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫୩ଜଣଙ୍କ ସହ ଯୋଗାଯୋଗ କରାଯାଇଛି । ଅନ୍ୟ ୩ଜଣଙ୍କୁ ଟ୍ରେସ୍ କରିବା ପାଇଁ ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.