fbpx

କରୋନାକୁ ନେଇ ଏଯାଏଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ: ବାଗଚୀ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନାକୁ ନେଇ ଏଯାଏଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ । କାରଣ ସୁରତରୁ ବର୍ତ୍ତମାନ ଦିନକୁ ଏକାଧିକ ଟ୍ରେନ୍ ଆସିବାକୁ ଆରମ୍ଭ କରିଛି । ଆଗକୁ ଟ୍ରେନ ଯୋଗେ ସୁରତରୁ ପ୍ରବାସୀ ଓଡ଼ିଆ ଆସିବେ । ଫେରନ୍ତା ଓଡ଼ିଆ ବିନା ପଞ୍ଜୀକରଣ ବିନା ଆସିପାରିବେ ନାହିଁ । ଆସୁଥିବା ଲୋକେ ସରପଞ୍ଚକୁ ସୂଚନା ଦେବାକୁ ପଡ଼ିବ । ରାଜ୍ୟରେ ନମୁନା ପରୀକ୍ଷା ଆହୁରି ଅଧିକ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରୀନ ଜୋନ ଭିତରେ ମାନବ ଜୀବିକା ପ୍ରତି ଗୁରୁତ୍ୱ ଦିଆଯାଉଛି । ଏହାସହ ମିଶନଶକ୍ତି ମାଆଙ୍କୁ ଥାଳି ପିଛା ୨ଟଙ୍କା ପ୍ରୋତ୍ସାହିତ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୩୦ରୁ ୬ଜିଲ୍ଲାକୁ ଅଧିକ ଫେରୁଥିବା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ନୂତନ ଶିଳ୍ପ ପଲିସି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାସହ କରୋନାରୁ ମୁକୁଳି ଅର୍ଥନୀତିକୁ ସ୍ୱାଭାବିକ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏସଆରସି ପି କେ ଜେନା ସୂଚନା ଦେଇଛନ୍ତି । ଅର୍ଥନୀତିକୁ ସ୍ୱାଭାବିକ କରିବା ପାଇଁ ଜୀବନଜୀବିକା ପ୍ରତି ଗୁରୁତ୍ୱ ଦେବାକୁ ଲକ୍ଷ୍ୟ ରଖାଯାଇଛି । ତୃତୀୟ ପର୍ଯ୍ୟାୟ ତାଲାବନ୍ଦରେ କଣ୍ଟେନମେଣ୍ଟ ଜୋନ ପ୍ରତି କଟକଣା ଲାଗୁ କରାଯାଇଛି । ରେଡ଼ାନ ଜୋନକୁ ଛାଡ଼ି ଅରେଞ୍ଜ ଓ ଗ୍ରୀନ ଜୋନରେ ଅର୍ଥନିତି ସମ୍ବନ୍ଧୀୟ କାର୍ଯ୍ୟକୁ ଅନୁମତି ମିଳିଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତ ପ୍ରକାର ନିର୍ମାଣ କାମ କରିବାକୁ ନିଷ୍ପତ୍ତି ନିଆଯାଇଛି । ସାଧାରଣ ଜୀବନ ସ୍ୱାଭାବିକ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରମିକମାନଙ୍କୁ ଯିବାକୁ ନଦେବାରୁ ସମସ୍ୟା ଉପୁଜିଛି । ଶ୍ରମିକ କାମ ନକଲେ ଅର୍ଥନୀତିରେ ପ୍ରଗତି ହେବନାହିଁ । ଶ୍ରମିକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ଅସୁବିଧା ନାହିଁ । ତେଣୁ ଶ୍ରମିକଙ୍କୁ ନେବା ପାଇଁ ଠିକାଦାର ସ୍ୱତନ୍ତ୍ର ବ୍ୟବସ୍ଥା କରି ନେଇପାରିବେ । କିଛି ସ୍ଥାନରେ ଶ୍ରମିକ ଯିବା ଆସିବା ଉପରେ ଲୋକେ ପ୍ରତିବନ୍ଧକ ସାଜିଛନ୍ତି । ରାଜ୍ୟର ସହମତି ସହ ଅନ୍ୟ ରାଜ୍ୟକୁ ଶ୍ରମିକ ଯିବା ଆସିବା କରିପାରିବେ ।

ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ହଜାର ୪୩୩ରେ ପହଞ୍ଚିଛି । ଦେଶରେ କରୋନାରେ ଏପର୍ଯ୍ୟନ୍ତ ୧୫୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ହଜାର ୨୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଥିବା ବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ଏବେ ଆକ୍ଟିଭ କେସ୍ ୧୧୨ ରହିଛି ।

Get real time updates directly on you device, subscribe now.