fbpx

ଉଦ୍ଧାର କାର୍ଯ୍ୟର ସଫଳତା ସମସ୍ତଙ୍କୁ କରୁଛି ଭାବପ୍ରବଣ: ‘x’ ରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଥିବା ଟନେଲ ଦୁର୍ଘଟଣାରେ ୪୧ ଜଣ ଶ୍ରମିକ ଫସିଯାଇଥିଲେ । ବର୍ତ୍ତମାନ ସେ ସମସ୍ତଙ୍କୁ ଟନେଲରୁ ଉଦ୍ଧାର କରାଯାଇଛି । ଏନେଇ ଶ୍ରମିକଙ୍କ ପରିବାର ଲୋକେ ଖୁସି ଓ ଭାବପ୍ରବଣ ହୋଇଯାଇଛନ୍ତି । ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଶ୍ରମିକ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଉତ୍ତରକାଶୀରେ ଆମ ଶ୍ରମିକ ଭାଇମାନଙ୍କ ରେସ୍କ୍ୟୁ ଅପରେସନର ସଫଳତା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଛି । ଟନେଲରେ ଫସିଯାଇଥିବା ସମସ୍ତ ଭାଇମାନଙ୍କୁ ମୁଁ ଏହି କଥା କହିବି ଯେ, ସେମାନଙ୍କ ସାହସ ଏବଂ ଧର୍ଯ୍ୟ ସମସ୍ତଙ୍କୁ ପ୍ରେରିତ କରୁଛି । ମୁଁ ସମସ୍ତଙ୍କର ମଙ୍ଗଳ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି । ସବୁଠାରୁ ସନ୍ତୋଷ ଜନକ କଥା ହେଉଛି ଯେ, ବହୁ ସମୟର ଅପେକ୍ଷା ପରେ ଆମ ଶ୍ରମିକ ସାଥୀମାନେ ସେମାନଙ୍କ ପରିବାର ଲୋକଙ୍କ ସହ ଭେଟିବେ । ଏହି ଚ୍ୟାଲେଞ୍ଜିଙ୍ଗ ସମୟରେ ଏହି ସମସ୍ତ ପରିବାର ଦେଖାଇଥିବା ଧର୍ଯ୍ୟ ଏବଂ ସାହସକୁ ଯଥେଷ୍ଟ ପ୍ରଶଂସା କରାଯାଇପାରିବ ନାହିଁ । ଏହି ଉଦ୍ଧାର କାର୍ଯ୍ୟ ସହିତ ଜଡିତ ସମସ୍ତ ଲୋକଙ୍କ ଆତ୍ମାକୁ ମଧ୍ୟ ମୁଁ ପ୍ରଣାମ ଜଣାଉଛି। ତାଙ୍କର ସାହସିକତା ଏବଂ ନିଷ୍ଠା ଆମ ଶ୍ରମିକ ଭାଇମାନଙ୍କୁ ନୂତନ ଜୀବନ ଦେଇଛି। ଏହି ମିଶନରେ ଜଡିତ ସମସ୍ତେ ମାନବିକତା ଏବଂ ଦଳଗତ କାର୍ଯ୍ୟର ଏକ ଚମତ୍କାର ଉଦାହରଣ ସୃଷ୍ଟି କରିଛନ୍ତି।

ସଫଳ ଉଦ୍ଧାର କାର୍ଯ୍ୟ ପରେ ମୁଖ୍ୟମନ୍ତ୍ରୀ ଧାମି ଗଣମାଧ୍ୟମ ସହ କଥା ହୋଇଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିରନ୍ତର ସୂଚନା ନେଉଛନ୍ତି। ଏହି ଅପରେସନରେ ଜଡିତ ସମସ୍ତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛି। ସେ କହିଛନ୍ତି ଯେ, ସମସ୍ତ ଏଜେନ୍ସି ଏଥିରେ ନିୟୋଜିତ ଥିଲେ। ଆମେ ଆଗାମୀ ସମୟରେ ଉତ୍ତରାଖଣ୍ଡର ସମସ୍ତ ଟନେଲ୍ ସମୀକ୍ଷା କରିବୁ। ମୁଁ ସମସ୍ତ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ମୋର ଶୁଭେଚ୍ଛା ଜଣାଉଛି । ଯେଉଁଭଳି ଭାବରେ ମେସିନ୍ ବାରମ୍ବାର ଭାଙ୍ଗୁଥିଲା, କିନ୍ତୁ ମୁଁ ସମସ୍ତ ଦଳକୁ ଧନ୍ୟବାଦ ଜଣାଉଛନ୍ତି।

Get real time updates directly on you device, subscribe now.