ଭିଡ଼ିଓ ଭାଇରାଲ, ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ, ହେଲେ ଏମିତି ଚକମା ଦେଲେ ମହିଳା

ସ୍କୁଟି ଉପରେ ମାଡିଗଲା ଟ୍ରକ। ଟ୍ରକ ତଳେ ମହିଳା। ହେଲେ...

ନୂଆଦିଲ୍ଲୀ:  ରଖେ ହରି ତ ମାରେ କିଏ? ଏହି ପ୍ରବାଦଟି ଆପଣମାନେ ଅନେକ ଥର ଶୁଣିଥିବେ। କିନ୍ତୁ ଏବେ ଏହି କଥା ଟି ସତ ହୋଇଛି। ନ ହେଲେ ଏତେ ବଡ଼ ଦୁର୍ଘଟଣାରୁ କେହି କ’ଣ ବଞ୍ଚିପାରିଥାନ୍ତା। ହଁ ଟ୍ରକ ତଳେ ଚାପି ହୋଇ ମଧ୍ୟ ମହିଳା କ’ଣ ଜୀବିତ ଥାନ୍ତେ।

ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି। ଏବଂ କହୁଛନ୍ତି ଭଗବାନ ଏହି ମହିଳା ଜଣଙ୍କୁ ସାହା ହୋଇଛନ୍ତି। ନହେଲେ ସେ କ’ଣ ଟ୍ରକ ଚକା ତଳୁ ଜୀବନ ଫେରି ପାଇଥାନ୍ତେ।

ଭୟଙ୍କର ଦୁର୍ଘଟଣା: ଯାହା ଉପରେ ସ୍ୱୟଂ ଭଗବାନଙ୍କ କୃପା ଥାଏ, ତାର ବା କ’ଣ କ୍ଷତି ହୋଇପାରେ।  ତଥାପି, କିଛି ଲୋକ ଅଛନ୍ତି ଯେଉଁମାନେ ବୁଦ୍ଧିମାନ ଭାବରେ ମୃତ୍ୟୁକୁ ପରାସ୍ତ କରନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି।

ଯେଉଁଥିରେ ଜଣେ ବ୍ୟକ୍ତି ଚତୁରତାର ସହିତ ମୃତ୍ୟୁକୁ ପରାସ୍ତ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଏବଂ ଯେତେବେଳେ ଏହି ଭିଡିଓ ଲୋକଙ୍କ ସାମ୍ନାକୁ ଆସିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ପ୍ରାୟତଃ କୁହାଯାଏ ଯେ ରାସ୍ତାରେ ଗାଡ଼ି ଚଲାଇବା ସମୟରେ, ଆମେ ଉଭୟ ପାର୍ଶ୍ୱରେ ସତର୍କ ରହିବା ଉଚିତ କାରଣ ଅନେକ ସମୟରେ ଏପରି ହୁଏ ଯେ ଯଦିଓ ଏହା ଆମର ଭୁଲ ନୁହେଁ, ତଥାପି ଆମେ ଦୁର୍ଘଟଣାର ସମ୍ମୁଖୀନ ହେଉ। ଠିକ୍ ଯେମିତି ଏହି ମହିଳା ଜଣକ ହେଲେ।

ମୃତ୍ୟୁକୁ ମାତ୍ ଦେଲେ ମହିଳା: ଏବେ ସାମ୍ନାକୁ ଆସିଥିବା ଏକ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି , ଜଣେ ମହିଳା ସ୍କୁଟି ନେଇ ରାସ୍ତାରେ ଯାଉଛନ୍ତି। ଆଉ ତାଙ୍କ ଆଗରେ ଏକ ମାଲ୍ ବୋଝେଇ ଟ୍ରକ ଯାଉଛି।

ହେଲେ ଟ୍ରକଟି ହଠାତ୍ ରାସ୍ତା ଉପରେ ଅଟକି ଯାଉଛି। ଆଉ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ବସୁଛନ୍ତି। ତେଣୁ ଟ୍ରକଟି ଆଗକୁ ଯିବା ପରିବର୍ତ୍ତେ ପଛକୁ ଫେରୁଛି। ଆଉ ଟ୍ରକ ପଛରେ ରହିଛନ୍ତି ମହିଳା।

ସ୍କୁଟି ଉପରେ ମାଡିଗଲା ଟ୍ରକ:  ଯିଏକି କ’ଣ କରିବେ କିଛି ଚିନ୍ତା କରିପାରୁନାହାନ୍ତି। ଆଉ କେହି କିଛି ବୁଝିବା ଆଗରୁ ଟ୍ରକଟି ମହିଳାଙ୍କ ସ୍କୁଟି ଉପରେ ମାଡିଗଲା। ସମସ୍ତେ ଭାବିଲେ ମହିଳା ଜଣକ ଆଉ ବଞ୍ଚିନଥିବେ।

କିନ୍ତୁ ସେ ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରିଦେଲେ। ଆଉ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରକ ତଳୁ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।