fbpx
BSKY
BJD MC SKY
BJD YOUTH SKY

ସୁଗାର ରୋଗୀ ଖାଉଛନ୍ତି Cancer ଔଷଧ… ଆପଣ ବି କରୁଛନ୍ତି କି ଏହି ଭୁଲ? ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: କ୍ୟାନ୍ସରର ଚିକିତ୍ସା ପାଇଁ ବ୍ୟହାର ହେଉଥିବା ‘linamac 5’ଔଷଧ ବଜାରରେ ଉପଲବ୍ଧ ରହିଛି । ଏହାର ସଲ୍ଟ ଲେନାଲିଡୋମାଇଡ ହୋଇଥାଏ । ସେହିପରି ସୁଗାର ବା ଡାଇବେଟିସ ରୋଗର ଔଷଧ ‘ linamac’ ମଧ୍ୟ ଅଧିକାଂଶ ଔଷଧ ଦୋକାନରେ ଉପଲବ୍ଧ ରହିଛି । ତେବେ ଏହାର ସଲ୍ଟ ଲିନଗ୍ଲିପ୍ଟିନ ହୋଇଥାଏ । ଉଭୟ ରୋଗର ଔଷଧର ନାମ ପାଖାପାଖି ସମାନ ରହୁଥିବାରୁ ଅନେକ ସମୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । କ୍ୟାନ୍ସର ମେଡିସିନ୍ ବଦଳରେ ସୁଗାର ତ କେତେବେଳେ ସୁଗାର ମେଡିସିନ୍ ଜାଗାରେ କ୍ୟାନ୍ସର ଔଷଧ ମଧ୍ୟ ମିଳିପାରେ ।

ଅନେକ ସମୟରେ ବ୍ୟସ୍ତତା ମଧ୍ୟରେ ଦୋକାନୀ ଭୁଲ ଔଷଧ ଦେଇ ଥାଇ ପାରନ୍ତି । କିନ୍ତୁ ଔଷଧ କିଣିବା ସମୟରେ ଦୋକାନୀ ଏବଂ ଗ୍ରାହକ ଉଭୟ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ । ସାଧାରଣତଃ ଲୋକମାନେ କେବଳ ଔଷଧର ନାମ ଦେଖି ହିଁ ଔଷଧ କିଣି ନେଇଥାନ୍ତି । କିନ୍ତୁ ଏହା ଏକ ବଡ଼ ଅସୁବିଧାର କାରଣ ହୋଇପାରେ । ତେଣୁ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି କହିଛନ୍ତି ଜଣେ ଫାର୍ମାସିଷ୍ଟ । କମ୍ପାନୀ ତରଫରୁ ଏହି ଭୁଲ ହୋଇଥିଲେ ମଧ୍ୟ ଔଷଧ କିଣିବା ସମୟରେ ଲୋକମାନଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ।

ଏ ନେଇ ଦିଲ୍ଲୀ ମେଡିକାଲ କାଉନ୍ସିଲ ପ୍ରେସିଡେଣ୍ଟ ଅରୁଣ ଗୁପ୍ତା କହିଛନ୍ତି ଯେ, ଏହି ମାମଲାକୁ ନେଇ ଅନେକ ସମୟରେ ଆଲୋଚନା ହୋଇଛି । ଉଭୟ ଔଷଧ ଭିନ୍ନ ଭିନ୍ନ ରୋଗ ପାଇଁ ହୋଇଥିବାରୁ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ବିପଦର କାରଣ ହୋଇପାରେ । ଏଭଳି ହେବା ଅନୁଚିତ ବୋଲି କହିଛନ୍ତି ଅରୁଣ ଗୁପ୍ତା ।

ସେହିଭଳି ପିଲାମାନଙ୍କ ପାଇଁ ଔଷଧ ଲେଖିବା ସମୟରେ ମଧ୍ୟ ଏଭଳି ଅନେକ ସମସ୍ୟା ଦେଖାଯାଏ । ପଜାରରେ ଏମିତି ଅନେକ ଔଷଧ ରହିଛି, ଯେଉଁମାନଙ୍କର ଗୋଟିଏ ନାମ ହୋଇଥାଏ । କେବଳ ଗୋଟିଏ ଅକ୍ଷରର ପରିବର୍ତ୍ତନ ବା କୌଣସି ସାଇନ ବ୍ୟତୀତ ବାକି ସବୁକିଛି ସମାନ ରହିଥାଏ । ତେଣୁ ଏଥିରେ ଭ୍ରମିତ ହୋଇ ଅନେକ ଲୋକ ଭୁଲ ଚିକିତ୍ସା ପାଇବାର ସମ୍ଭାବନା ଖୁବ ଅଧିକ ରହିଛି । ତେଣୁ ଔଷଧ ଦୋକାନୀଙ୍କ ସହ ଗ୍ରାହକମାନେ ମଧ୍ୟ ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦେବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.