fbpx
BJD SKY
BJD SKY

ଏବେ ହ୍ୱାଟସଆପରେ ବୁକ୍ କରନ୍ତୁ ଗ୍ୟାସ୍ ସିଲିଣ୍ଡର, ମାତ୍ର ୧୦ ମିନିଟ୍‌ରେ ଘରେ ପହଞ୍ଚିଯିବ, ଜାଣନ୍ତୁ ପ୍ରକ୍ରିୟା

BJD

ନୂଆଦିଲ୍ଲୀ: ପ୍ରାୟ ସମୟରେ ଦେଖାଯାଏ କି ରୋଷେଇ କରୁଥିବା ସମୟରେ ଅଚାନକ ଗ୍ୟାସ୍ ସିଲିଣ୍ଡରରୁ ଗ୍ୟାସ୍ ସରିଯାଏ । ଏହି କାରଣରୁ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ବାହାରୁ ଖାଇବା ମଗାଇ ଖାଇବାକୁ ପଡିଥାଏ କିମ୍ବା ବେଳେ ବେଳେ ଖାଲି ପେଟରେ ବି ରହିବାକୁ ହୋଇଥାଏ । କିନ୍ତୁ ଏଣିକି ଆପଣଙ୍କୁ ଆଉ ଏହି ଅସୁବିଧାର ସାମ୍ନା କରିବାକୁ ପଡିବ ନାହିଁ । କାରଣ ଏବେ ଆପଣ ମାତ୍ର ୧୦ରୁ ୧୫ ମିନିଟ୍‌ରେ ସିଲିଣ୍ଡର ମଗାଇପାରିବେ ।

ଆମକୁ ପୂର୍ବରୁ ସିଲିଣ୍ଡର ବୁକ୍ କରିବାକୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ସିଲିଣ୍ଡର ବୁକ୍ ହୋଇଗଲେ ବି ଏହା ଘରେ ପହଞ୍ଚିବାକୁ ୪ରୁ ୫ ଦିନ ସମୟ ଲାଗୁଥିଲା । କିନ୍ତୁ ଏବେ ଆପଣ ଘରେ ବସି ଆପଣଙ୍କ ହ୍ୱାଟସଆପ ସହାୟତାରେ ହିଁ ମାତ୍ର ୧୫ ମିନିଟ୍ ଭିତରେ ସିଲିଣ୍ଡର ଘରକୁ ମଗାଇ ପାରିବେ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ବିତରକ କମ୍ପାନୀର ନମ୍ବର ସେଭ୍ କରିବାକୁ ହେବ । ଏହାପରେ ସିଲିଣ୍ଡର ଦେଉଥିବା କମ୍ପାନୀର ହ୍ୱାଟସଆପ ନମ୍ବର ସେଭ୍ କରନ୍ତୁ । ହ୍ୱାଟସଆପ ନମ୍ବରରେ HI  ମେସେଜ୍ ଦିଅନ୍ତୁ । ଆପଣଙ୍କୁ ବହୁ ଅପ୍ସନ ମିଳିବ ଯେଉଁଥିରେ ବୁକିଂ ଅପ୍ସନ ବି ରହିଥିବ । ଗ୍ୟାସ ବୁକିଂ ସିଲେକ୍ଟ କରନ୍ତୁ । ଏହାପରେ ଆପଣଙ୍କ ପାଖରେ ସିଲିଣ୍ଡର ପହଞ୍ଚିଯିବ ।

Get real time updates directly on you device, subscribe now.