fbpx
BSKY
BJD MC SKY
BJD YOUTH SKY

କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ଋଷ ଦୂତାବାସ ସାମନାରେ ୨୦ ଲୋକଙ୍କ ପ୍ରାଣବଳି

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଋଷ ଦୂତାବାସ ବାହାରେ ହୋଇଥିବା ଏହି ଧମାକାରେ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଏମାନଙ୍କ ମଧ୍ୟରେ ୨ ଜଣ ଋଷର ରାଜନାୟିକ ଥିବା ମଧ୍ୟ ସୂଚନା ମିଳିଛି । ବର୍ଷେରୁ ଅଧିକ ତାଲିବାନ ଶାସନରେ ରହିବା ପରେ କାବୁଲରେ ନିଜ ଦୂତାବାସ ରଖିଛି ଆଫଗାନିସ୍ତାନ । ମସ୍କୋ ତାଲିବାନ ସରକାରକୁ ମାନ୍ୟତା ନ ଦେଉଥିଲେ ମଧ୍ୟ ପେଟ୍ରୋଲ ଏବଂ ଅନ୍ୟ ଜିନିଷ ପାଇଁ ବିଭିନ୍ନ ଘଟଣା ଉପରେ ଆଲୋଚନା କରିଥାଏ ।

ଆଫଗାନ ପୋଲିସର ସୂଚନା ଅନୁଯାୟୀ, କାବୁଲ ଦୂତାବାସର ପ୍ରବେଶ ଦ୍ୱାର ନିକଟରେ ଜଣେ ବ୍ୟକ୍ତି ଆତ୍ମଘାତୀ ଆକ୍ରମଣକାରୀ ନିଜକୁ ହିଁ ବିସ୍ଫୋରଣ କରିଛନ୍ତି । ତେବେ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ଗାର୍ଡ ତାଙ୍କୁ ପ୍ରଥମ ଚିହ୍ନି ନେଇଥିଲେ ଏବଂ ଗୁଳି କରି ଦେଇଥିବା କହିଛି ଆଫଗାନୀ ପୋଲିସ । ଆହତ ଅବସ୍ଥାରେ ଦୂତାବାସ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା ଆତଙ୍କୀ ।

ତେବେ ଏହି ଆତ୍ମଘାତୀ ଆକ୍ରମଣରେ ୨୦ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ଏହି ଲୋକମାନଙ୍କ ମଧ୍ୟରେ ଋଷର ୨ ଜଣ ରାଜନାୟିକ ମଧ୍ୟ ରହିଛନ୍ତି । ଗତ କିଛି ଦିନ ତଳେ ଗୁଜରଗାହ ମସଜିଦରେ ଏକ ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ ।

Get real time updates directly on you device, subscribe now.