fbpx

ଡାକ୍ତର କହିଲେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ରବିବାର ମହାରାଷ୍ଟ୍ରର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ପାଲଘର ପୋଲିସର ସୂଚନା ମୁତାବକ ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିଲେ, ସେତେବେଳେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଥିଲା । କାରରେ ଚାରି ଜଣ ଯାତ୍ରୀ ଥିଲେ ଯେଉଁଥିରେ ମିସ୍ତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ପରେ ତାଙ୍କୁ ସର୍ବ ପ୍ରଥମେ କାସାର ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର କହିଥିଲେ ଯେ ଯେତେବେଳେ ସାଇରସ ମିସ୍ତ୍ରୀଙ୍କୁ ଏଠାକୁ ଅଣାଯାଇଥିଲା, ସେତେବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଶରୀରରେ ଇଣ୍ଟରନାଲ୍ ବ୍ଲିଡିଂ ମଧ୍ୟ ହେଉଥିଲା । ସେହିପରି କାରରେ ଅନ୍ୟ ଦୁଇ ଦମ୍ପତ୍ତି ଅନାହିତା ପଣ୍ଡୋଲେ ଏବଂ ତାଙ୍କ ପତ୍ନୀ ଡେିରୟସ ପଣ୍ଡୋଲେ ଆହତ ହୋଇଥିଲେ ଏବଂ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ।

ଏଏନଆଇର ଏକ ରିପୋର୍ଟ ଅନୂଯାୟୀ କାସାର ଡାକ୍ତର ଶୁଭମ ସିଂହ କହିଛନ୍ତି ଯେ ପ୍ରଥମେ ଦୁଇ ଜଣକୁ ହସ୍ପିଟାଲ ଅଣାଯାଇଥିଲା । ଏଥିରେ ଜଣେ ସାଇରସ ମିସ୍ତ୍ରୀ ଏବଂ ଅନ୍ୟଜଣେ ଜହାଙ୍ଗୀର ଦିନଶା ପଣ୍ଡୋଲ ଥିଲେ । ଦୁଇ ଜଣଙ୍କ ମୃତ୍ୟୁ ହୋଇାସାରିଥିଲା । ସେମାନଙ୍କୁ ସ୍ଥାନୀୟ ଲୋକେ କହିଥିଲେ ଯେ ସାଇରସ ମିସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଜହାଙ୍ଗୀର ଦିନଶା ପଣ୍ଡୋଲେ ଜୀବିତ ଥିଲେ କିନ୍ତୁ ବାଟରେ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.