fbpx
BJD
BJD SKY
BJD SKY

ଲଜ୍‌ରେ ଯୁବତୀଙ୍କ ଆତ୍ମହତ୍ୟା! ମୃତଦେହ ପାଖରୁ ୪୦ ଫର୍ଦ୍ଦର ସୁଇସାଇଡ୍ ନୋଟ୍ ଜବତ

BJD

ପୁରୀ: ବଡଦାଣ୍ଡର ବଡଶଙ୍ଖରେ ଥିବା ଏଚଆର୍ ହୋଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହୋଟେଲର ତିନିମହଲାରେ ଥିବା ୧୮ନମ୍ବର ବନ୍ଦ କୋଠରୀରୁ ପୋଲିସ ମୃତଦେହ ଉଦ୍ଧାର କରିଛି। ପ୍ରଥମେ ଧାରୁଆ ଅସ୍ତ୍ରରେ ନିଜ ହାତର ମଣିବନ୍ଧକୁ କାଟି ଲହୁଲୁହାଣ ହୋଇଛନ୍ତି। ଆଉ ତାପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାସ୍ଥଳରୁ ପ୍ରାୟ ୪୦ ଫର୍ଦ୍ଦର ଚିଠି ମିଳିଛି। ଯାହା ମୃତ୍ୟୁ ପୂର୍ବରୁ ତାଙ୍କ ପରିବାରର ବାପା,ମାଆ,ଭାଇ ଭଉଣୀଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି।

ଆଉ ଏକ ସୁଇସାଇଡାଲ ନୋଟ୍ ମଧ୍ୟ ପୋଲିସକୁ ମିଳିଛି। ତାଙ୍କର ଇଚ୍ଛା ସଫଳ ନହେବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟି ନୁହନ୍ତି ବୋଲି ସୁଇସାଇଡାଲ ନୋଟ୍ ରେ ଲେଖିଛନ୍ତି। କୁମ୍ଭାରପଡା ପୁଲିସ ସବା ବ୍ୟବଚ୍ଛେଦ ପାଇଁ ସଦର ହସପିଟାଲକୁ ପଠାଇବା ସହ ଘଟଣାର ଛାନବିନ ଆରମ୍ଭ କରିଛି। ଫରେନସିକ ଟିମ୍ ମଧ୍ୟ ଘଟଣାସ୍ଥଳରୁ ରକ୍ତଭିଜା ବେଡସିଟ, ତକିଆ ଓ କିଛି ସାମଗ୍ରୀ ସଂଗ୍ରହ କରି ଆତ୍ମହତ୍ୟାର କାରଣ ଖୋଜୁଛି। ସେପଟେ ତାଙ୍କ ସମ୍ପର୍କୀୟ ମାନେ ପହଞ୍ଚିଛନ୍ତି। ତେବେ ପୁଲିସର ସୂଚନା ମୁତାବକ ମୃତ ଯୁବତୀ ହେଉଛନ୍ତି ଯାଜପୁର ମଙ୍ଗଳପୁରର ଜୟନ୍ତରା ଗାଁର କଳ୍ପତରୁ ମହାନ୍ତିଙ୍କ ଝୀଅ ପାୟଲ। ବୟସ ମାତ୍ର ୨୦ବର୍ଷ। ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳରେ ରହୁଛନ୍ତି। ତାଙ୍କ ବାପା ଓ ପରିବାର କଲିକତାରେ ରହୁଛନ୍ତି। ଓୟୁଏଟିରେ କମ୍ପୁଟର ସାଇନ୍ସ ଶେଷ କରିଛନ୍ତି। ଅନ୍ୟ କୌଣସି କାରଣ ନାହିଁ କେବଳ ପାଠ ପଢାପଢିକୁ ନେଇ ସନ୍ତୁଷ୍ଟ ନଥିଲେ ବୋଲି କହିଛନ୍ତି ତାଙ୍କ ସମ୍ପର୍କିୟ।

ସେପଟେ ପାୟଲ ଗତକାଲି ଏକୁଟିଆ ପୁରୀ ଆସିଥିଲେ କି ନାହିଁ ଜଣାନାହିଁ ମାତ୍ର ହୋଟେଲରେ ଏକୁଟିଆ ରହିଥିଲେ। ଗତକାଲି ପୂର୍ବାହ୍ନ ୯ଟା ୩୫ରେ ହୋଟେଲ କାଉଁଟରରେ ଆଧାରକାର୍ଡ ଦାଖଲ କରିବା ସହ ରେଜିଷ୍ଟରରେ ଦସ୍ତଖତ କରିଥିଲେ। ସିଙ୍ଗିଲ ବୋଲି ରେଜିଷ୍ଟରରେ ଲେଖିଛନ୍ତି। ଏଣୁ ପାୟଲ ଆତ୍ମହତ୍ୟା କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ହେଲେ ଆତ୍ମହତ୍ୟା ପଛରେ ଅନେକ ରହସ୍ୟ ଲୁଚି ରହିଥିବା ବାରିହୋଇପଡୁଛି। କାରଣ ପାୟଲ ପ୍ରଥମେ ହାତର ମଣିବନ୍ଧକୁ କାଟି ଲହୁଲୁହାଣ ହେବା ଓ ତାପରେ ରଶିଲଗାଇ ଆତ୍ମହତ୍ୟା କରିବା ଏକ ବଡ ପ୍ରଶ୍ନବାଚୀ ଠିଆ କରିଛି। ତେବେ ପୁଲିସର ତଦନ୍ତ କେବଳ ଆତ୍ମହତ୍ୟା ପାଖରେ ନଅଟକି ଏହା ପଛରେ ଥିବା ସତ୍ୟତାକୁ ଖୋଳି ବାହାର କଲେ ପାୟଲ ନ୍ୟାୟ ପାଇପାରନ୍ତା।,,

Get real time updates directly on you device, subscribe now.