fbpx

UPI ଏବଂ Credit Card ର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ: ଏକ୍ସପର୍ଟ 

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ ମିଳୁଛି । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ଏବଂ ବଜାର ସହ ଜଡ଼ିତ ବିଶେଷଜ୍ଞ । ବଢ଼ୁଥିବା ବ୍ୟବହାର କୋଭିଡ୍ ମହାମାରୀର ପ୍ରକୋପ ମଧ୍ୟରେ ଆର୍ଥିକ ଗତିବିଧିରେ ସୁଧାର ଆଡ଼କୁ ଇସାରା କରୁଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ମାସିକ ତଥ୍ୟ ଅନୂଯାୟୀ, UPI ନେଣଦେଣ ଅଗଷ୍ଟରେ ବଢ଼ି ୧୦.୭୩ କୋଟି ଟଙ୍କା ହୋଇଛି । ଯାହା ଚଳିତ ବର୍ଷ ଏପ୍ରିଲରେ ୯.୮୩ ଲକ୍ଷ କୋଟି ଥିଲା । ସେହିପରି PoS ଦ୍ୱାରା ଅଗଷ୍ଟରେ ୩୨,୩୮୩ କୋଟି ଟଙ୍କା ହୋଇଛି । ଯାହା ଏପ୍ରିଲରେ ୨୯,୯୮୮ କୋଟି ଟଙ୍କା ଥିଲା । ସେହିପରି ଇ-କମର୍ସ ପ୍ଲାଟଫର୍ମରେ Credit Card ଖର୍ଚ୍ଚ ଅଗଷ୍ଟରେ ବଢ଼ି ୫୫,୨୬୪ କୋଟି ଟଙ୍କା ହୋଇଛି । ଯାହା ଏପ୍ରିଲରେ ୫୧, ୩୭୫ କୋଟି ଥିଲା ।

PayNearby ର ଫାଉଣ୍ଡର ଏମଡି ଏବଂ ସିଇଓ ଆନନ୍ଦ କୁମାର ବଜାଜ କହିଛନ୍ତି ଯେ କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ ଦ୍ୱାରା ପେମେଣ୍ଟ ମାତ୍ରା ଏବଂ ରାଶିରେ ବୃଦ୍ଧି ଯୋଗୁଁ ଦେଶର ଡିଜିଟାଲ ପେମେଣ୍ଟ କାରବାରକୁ ଏକ ସକରାତ୍ମକ ପ୍ରଭାବ ପଡ଼ିଛି । ସେ କହିଛନ୍ତି ଯେ ଏଥିରୁ ଜଣାପଡ଼ୁଛି ଯେ ଭାରତୀୟ ଉପଭୋକ୍ତା ନିଜର ଦ୍ୱନ୍ଦ୍ୱ ଛାଡ଼ୁଛନ୍ତି ଏବଂ ଅନଲାଇନ ପେମେର୍ୟ କରିବା ପାଇଁ ଆଗ୍ରହ ଦେଖାଉଛନ୍ତି । ସେହିପରି Sarvatra Technologies ର ଏମଡି ଏବଂ ଭାଇସ ଚେୟାରମ୍ୟାନ୍ ମନ୍ଦାର ଅଗାଶେଙ୍କ ମୁତାବିକ ଖର୍ଚ୍ଚ ସ୍ତରରେ ବୃଦ୍ଧିର ଅର୍ଥ ଚାହିଦା ବଢ଼ିବା । ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଅନିଶ୍ଚିତତା ପ୍ରାୟ ଶେଷ ହୋଇଛି ଏବଂ ବଜାର ସାମାନ୍ୟ ସ୍ଥିତିକୁ ଫେରୁଛି ।

Get real time updates directly on you device, subscribe now.