fbpx
BSKY SKY
BSKY SKY

ପାନ୍ କାର୍ଡ ସହ ଜଡିତ ଏହି ଭୁଲ କଲେ ଲାଗିବ ୧୦,୦୦୦ ଟଙ୍କା ଜୋରିମାନା, ରହିଛି ଆୟକର ବିଭାଗର ଚେତାବନୀ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ ମାନଙ୍କ ପାଇଁ ପାନ୍‌କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟରେ ପରିଣତ ହୋଇଛି। ଏହା ସାହାଯ୍ୟରେ ଅନେକ ଅର୍ଥନୈତିକ କାର୍ଯ୍ୟକଳାପ କରିବା ସହଜ ହେଉଛି। ଆୟକର ବିଭାଗର ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍) ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବାଧ୍ୟତାମୂଳକ ଅଟେ। ଯଦିଓ ଅନେକ ଲୋକ ପାନ୍ କାର୍ଡର ଗୁରୁତ୍ୱ ଜାଣନ୍ତି ନାହିଁ। ପାନ୍ କାର୍ଡ ବିଷୟରେ କିଛି ଗୁରୁତ୍ୱପୁର୍ଣ୍ଣ ସୂଚନା ରହିଛି ଯାହା ଜାଣିବା ଉଚିତ୍। ଏହି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ମଧ୍ୟରୁ, ଗୋଟିଏ ଜିନିଷ ପାନ୍ କାର୍ଡ ବିଷୟରେ ବହୁତ ଧ୍ୟାନରେ ରଖାଯାଏ।

ଏହି ପାନ୍‌କାର୍ଡ କେବଳ ଭାରତରେ ହିଁ କାର୍ଯ୍ୟ କରିଥାଏ। ପ୍ରତ୍ୟେକ ବ୍ୟକ୍ତି ମାତ୍ର ଗୋଟିଏ ହିଁ କାର୍ଡ କରିପାରିବେ। ଏହାର ନକଲ କିମ୍ବା ଏକରୁ ଅଧିକ ରଖାଯାଇ ପାରିବ ନାହିଁ। ଏହା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା ଦେବାକୁ ପଡିଥାଏ। ଏକ ପାନ୍‌କାର୍ଡରେ ଜନେ ବ୍ୟକ୍ତିଙ୍କର ନାମ ଏବଂ ଜନ୍ମ ତାରିଖ ମଧ୍ୟ ରହିଥାଏ।

ଆୟକର ବିଭାଗ ୱେବସାଇଟ୍ (www.incometaxindia.gov.in) ଅନୁଯାୟୀ, ଜଣେ ବ୍ୟକ୍ତି ଗୋଟିଏରୁ ଅଧିକ ପାନ୍ ରଖି ପାରିବେ ନାହିଁ। ଯଦି କୌଣସି ବ୍ୟକ୍ତିଙ୍କୁ ଏକ ପ୍ୟାନ୍ ପ୍ରଦାନ କରାଯାଏ, ସେ ଅନ୍ୟ ଏକ ପାନ୍ ପାଇଁ ଆବେଦନ କରିପାରିବେ ନାହିଁ। ଏପରି ପରିସ୍ଥିତିରେ, ଆୟକର ଅଧିନିୟମ ୧୯୬୧ ର ଧାରା ୨୭୨ବି ଅନୁଯାୟୀ ସେହି ବ୍ୟକ୍ତିଙ୍କ ଉପରେ ୧୦,୦୦୦ ରୁ ଅଧିକ ଜୋରିମାନା ଲଗାଯାଇପାରିବ।

ତେବେ ଏହି ଜରିମାନାକୁ ଏଡାଇବା ପାଇଁ ଏକ ଉପାୟ ଅଛି । ଆୟକର ବିଭାଗ କହିଛି ଯେ ଯଦି ଜଣେ ବ୍ୟକ୍ତିଙ୍କୁ ଗୋଟିଏରୁ ଅଧିକ ପ୍ୟାନ୍ ପ୍ରଦାନ କରାଯାଇଛି, ତେବେ ସେ ତୁରନ୍ତ ଅତିରିକ୍ତ ପାନ୍ କାର୍ଡ ସମର୍ପଣ କରିବା ଉଚିତ୍। ଏହିପରି, ଯେକୌଣସି ପ୍ରକାରର ଜରିମାନା ମଧ୍ୟ ଏଡାଯାଇପାରିବ ।

Get real time updates directly on you device, subscribe now.