fbpx

ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟଙ୍କ ପରଲୋକ: ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦଙ୍କ ୯୯ ବର୍ଷ ବୟସରେ ପରଲୋକ ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ ନିଜ ଆଶ୍ରମରେ ଅପରାହ୍ନ ୩ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ପୂର୍ବେ ସେ ତାଙ୍କ ୯୯ ତମ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ । ୨ ସେପ୍ଟେମ୍ବର ୧୯୨୪ ରେ ତାଙ୍କର ଜନ୍ମ ହୋଇଥିଲା । ସେ ଦ୍ୱାରକା ଏବଂ ଜ୍ୟୋତିର୍ମଠ ପୀଠର ଶଙ୍କରାଚାର୍ଯ୍ୟ ଥିଲେ ।

ଉଲ୍ଲେଖଯୋଗ୍ୟ, ଦେଶର ସ୍ୱାଧୀନତା ପାଇଁ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ଇଂରେଜଙ୍କ ମଧ୍ୟ ସାମ୍ନା କରିଥିଲେ । ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ନିଜର ପ୍ରତିକ୍ରିୟାକୁ ନେଇ ମଧ୍ୟ ସୁବବେଳେ ଚର୍ଚ୍ଚାରେ ରହୁଥିଲେ । ସେ ରାମ ମନ୍ଦିର ଟ୍ରଷ୍ଟକୁ ନେଇ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ । ସ୍ୱରୂପାନନ୍ଦ ସରସ୍ୱତୀ ହିନ୍ଦୁଙ୍କ ପାଇଁ ସବୁଠୁ ବଡ଼ ଧର୍ମଗୁରୁ ଥିଲେ । ରାମ ମନ୍ଦିର ପାଇଁ ମଧ୍ୟ ସେ ଲମ୍ବା ଲଢ଼େଇ ଲଢ଼ିଥିଲେ ।

Get real time updates directly on you device, subscribe now.