fbpx

ବଡ଼ ଖୁଲାସା; ସୁକେଶ ଚନ୍ଦ୍ରଶେଖରଙ୍କୁ ଜେଲରେ ଭେଟିବାକୁ ଆସୁଥିଲେ ୧୦ ଅଭିନେତ୍ରୀ, EDରୁ ସୂଚନା

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖରକୁ ନେଇ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କୁ ପୂର୍ବରୁ ପଚରାଉଚରା କରାଯାଇଥିଲା । ଏବେ ଲାଗୁଛି କି, ଏହି ମାମଲାରେ ସିନେମା ଜଗତ ସହ ଜଡ଼ିତ ଅନେକ ନାଁ ସାମ୍ନାକୁ ଆସିବ । ଇଡିର ସୂତ୍ର ଅନୁସାରେ, ଏହି ମାମଲାରେ ଅନେକ ସମ୍ବେଦନଶୀଳ ଜିନିଷ ସାମ୍ନାକୁ ଆସିଛି ।

ଇଡିର ସୂତ୍ର ଅନୁସାରେ, ସୁକେଶ ଚନ୍ଦ୍ରଶେଖର ତିହାଡ଼ ଜେଲରେ ଏକ ବଡ ଓ ବିଳାସପୂର୍ଣ୍ଣ ଅଫିସ୍ ଚଳାଉଥିଲା । ସେଠାରେ ସେ ସମସ୍ତ ପ୍ରକାର ସୁବିଧା ପାଉଥିଲା । କେବଳ ଏତିକି ନୁହେଁ, ସୁକେଶ ଜେଲରେ ବିଳାସପୂର୍ଣ୍ଣ ପାର୍ଟି ମଧ୍ୟ କରୁଥିଲା ଓ ଏହି ପାର୍ଟିରେ ତାଙ୍କ ମହିଳା ସାଙ୍ଗମାନେ ମଧ୍ୟ ସାମିଲ ହେଉଥିଲେ । ଜେଲରେ ସୁକେଶକୁ ଦେଖା କରିବାକୁ ୧୦ ରୁ ଅଧିକ ସୁପର ମଡେଲ ଓ ଅଭିନେତ୍ରୀ ଆସୁଥିଲେ ।

ଇଡିରୁ ମିଳିଥିବା ସୂଚନା ଅନୁସାରେ, ମହାଠକ ସୁକେଶ ଚନ୍ଦ୍ରଶେଖର ତିହାର ଜେଲରୁ ବିଳାସପୂର୍ଣ୍ଣ ଅଫିସ ଚଳାଉଥିଲା । ଜେଲରେ ନିର୍ମିତ ଏହି ଅଫିସରେ ଚନ୍ଦ୍ରଶେଖରକୁ ସମସ୍ତ ସୁବିଧା ଦିଆଯାଉଥିଲା । ଅଭିନେତ୍ରୀ ଲୀନା ମାରିଆ ପାଲ ତାଙ୍କ ବୟାନରେ କହିଛନ୍ତି ଯେ, ଜେଲରେ ଥିବା ତାଙ୍କ ଅଫିସରେ ସୋଫା, ଫ୍ରିଜ୍, ଟିଭି ଭଳି ସୁବିଧା ରହିଥିଲା । ଜେଲକୁ ଯିବା ପାଇଁ ଲୀନାଙ୍କ ପାଖରେ ସମ୍ପୂର୍ଣ୍ଣ ସୁବିଧା ଥିଲା ଓ ସେ ବିନା ରେଜିଷ୍ଟରରେ ଭିତରକୁ ଯାଉଥିଲେ । ଲୀନା ନିଜେ ତାଙ୍କ ବୟାନରେ କହିଛନ୍ତି ଯେ ଚନ୍ଦ୍ରଶେଖର ନିଜେ ଜେଲରେ ପାର୍ଟି କରୁଥିଲେ ଓ ତାଙ୍କ ମହିଳା ବନ୍ଧୁମାନେ ମଧ୍ୟ ଏହି ପାର୍ଟିକୁ ଆସୁଥିଲେ ।

ଜେଲରେ ନିର୍ମିତ ସୁକେଶର ଏହି ବିଳାସପୂର୍ଣ୍ଣ ଅଫିସ୍ ନିରବଚ୍ଛିନ୍ନ ଭାବରେ ଚାଲୁ ରହିଥିଲା, ଯେଉଁଥିପାଇଁ ସେ ଜେଲର ଅଧିକାରୀମାନଙ୍କୁ ପ୍ରତିମାସରେ ୧ କୋଟି ଟଙ୍କା ଦେଉଥିଲା । ତାର ଅଫିସରେ ମିନରଲ ପାଣି ବୋତଲ ବି ରହିଥିଲା । କାର୍ଯ୍ୟାଳୟରେ ଖଣିଜ ପାଣି ବୋତଲ ମଧ୍ୟ ଥିଲା । ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଓ ନୋରା ଫତେହିଙ୍କ ବ୍ୟତୀତ ଅତି କମରେ ୧୦ ସୁପର ମଡେଲ ଓ ବଲିଉଡ ଅଭିନେତ୍ରୀ ସୁକେଶକୁ ଦେଖାକରିବାକୁ ତିହାଡ଼ ଜେଲକୁ ଯାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ,ବେଙ୍ଗାଲୁରୁରେ ରହୁଥିବା ଚନ୍ଦ୍ରଶେଖର ୧୭ ବର୍ଷ ବୟସରେ ଠକେଇ କାମ ଆରମ୍ଭ କରିଥିଲା । ତାର କଳା କାରନାମା ପ୍ରଥମେ ବେଙ୍ଗାଲୁରୁରେ ଓ ପରେ ଚେନ୍ନାଇରେ ପହଞ୍ଚିଥିଲା । ଏହାପରେ ସେ ବଡ଼ ସହରକୁ ଯାଇ ଅନେକ ବଡ଼ ବଡ଼ ବ୍ୟବସାୟୀଙ୍କୁ ଠକିଛି । ଚନ୍ଦ୍ରଶେଖର, ବାଲାଜୀ ନାମରେ ମଧ୍ୟ ପରିଚିତ । ଚାକିରୀ ଦେବା ନାମରେ ଲୋକଙ୍କୁ ଠକେଇର ଶିକାର ବନାଇଛି । ନିଜକୁ ରାଜନେତାଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ୧୦୦ ଜଣରୁ ଅଧିକ ଲୋକଙ୍କ ଠାରୁ ୭୫ କୋଟି ଟଙ୍କାର ଠକେଇ କରିଛି ।

Get real time updates directly on you device, subscribe now.