fbpx

(Video) ଲଙ୍କାରେ ହରି ନାମ…ବାହାନଗା ଦୁର୍ଘଟଣା ପୀଡିତଙ୍କୁ ୧୦ କୋଟି ଦେବ ମହାଠକ ସୁକେଶ, ଲେଖିଛି ଚିଠି

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଜେଲରୁ ପତ୍ର ଲେଖିଛି । କିନ୍ତୁ ଏଥର ଜନହିତ ପାଇଁ ଆଗେଇ ଆସିଛି ସୁକେଶ । ଜେଲ ଭିତରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପାଇଁ ସହାୟତାର ହାତ ବଢାଇଛି । ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କୁ ୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଇଚ୍ଛାପ୍ରକାଶ କରିଛି ସୁକେଶ । ତେବେ ଏହି ରାଶି ସେ ନିଜ ଫଣ୍ଡରୁ ଯୋଗାଇ ଦେବ ବୋଲି ଚିଠିରେ ଉଲ୍ଲେଖ କରିଛି ।

ସୁକେଶ ଚିଠିରେ ରେଳମନ୍ତ୍ରୀଙ୍କୁ କହିଛି ଯେ, କରମଣ୍ଡଳ ଦୁର୍ଘଟଣାରେ ମାତା-ପିତାଙ୍କୁ ହରାଇଥିବା ପିଲାମାନଙ୍କ ପାଠପଢାରେ ଏହି ଟଙ୍କା ବ୍ୟବହାର କରାଯିବ । ଏହାବ୍ୟତୀତ ଟ୍ରେନ ଦୁର୍ଘଟଣାରେ ପୀଡିତମାନଙ୍କ ପାଇଁ ଜେଲରେ ସୁକେଶ ପ୍ରାର୍ଥନା କରୁତିବା ମଧ୍ୟ ଜାଣିବାକୁ ମିଳିଛି । ସୁକେଶ ଚିଠିରେ ଲେଖିଛି ଯେ, ସରକାର ପୂର୍ବରୁ ପୀଡିତମାନଭ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଛି । ତେବେ ଏହାବ୍ୟତୀତ ଜଣେ ଦେଶର ଜଣେ ଦାୟିତ୍ୱବାନ ଏବଂ ସଚ୍ଚୋଟ ନାଗରିକ ଭାବରେ ମୁଁ ମଧ୍ୟ କିଛି ସହଯୋଗର ହାତ ବଢାଇବା ପାଇଁ ଚାହୁଁଛି । ପୀଡିତଙ୍କ ପରିବାରର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏହି ଫଣ୍ଡକୁ ୧୦ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଚାହୁଁଛି । ଏହି ଟଙ୍କା ମୋ ନିଜ ରୋଜଗାର ଏବଂ ଉଚିତ ଉପାୟରେ ଅର୍ଜିତ ଟଙ୍କା ବୋଲି କହିଛି ସୁକେଶ ।

ଏହାବ୍ୟତୀତ ସୁକେଶ ଦୁର୍ଘଟଣା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରେଲୱେର ମଧ୍ୟ ପ୍ରଶଂସା କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାରଙ୍କୁ ଦେଖି ଗର୍ବ ଅନୁଭବ ହେଉଛି । ତୁରନ୍ତ ପଦକ୍ଷେପ ନେଇ ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛି ସୁକେଶ । ଏହାସହିତ ଅବହେଳା କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ସେ ପ୍ରଶାସନକୁ ଅପିଲ କରିଛି ।

Get real time updates directly on you device, subscribe now.