fbpx

ଶନିଙ୍କ ସହିତ ରାହୁ ଓ କେତୁଙ୍କ ଓଲଟା ଚଳଣ, ଏହି ସମସ୍ତ ରାଶିଙ୍କ ଲାଗି କଷ୍ଟଦାୟକ ହେବ ଆଗାମୀ ୫ ମାସ

ଜ୍ୟୋତିଷ ଶାସ୍ତ୍ରରେ ଆଜିର ଦିନର ବେଶ୍ ଗୁରୁତ୍ୱ ରହିଛି । କାରଣ ଶନିଦେବ ଆଜି ବକ୍ରୀ ହୋଇ ସମସ୍ତ ରାଶି ଉପରେ ପ୍ରଭାବ ପକାଇବେ । ଏହି ସ୍ଥିତି ଅକ୍ଟୋବର ପର୍ଯ୍ୟନ୍ତ ରହିବ । ତେବେ କେବଳ ଏତିକି ନୁହେଁ ଶନି ଦେବଙ୍କ ସହିତ ରାହୁ ଓ କେତୁ ବି ବକ୍ରୀ ହେଉଛନ୍ତି । ଏପରି ସ୍ଥିତିରେ କିଛି ରାଶିର ଜାତକଙ୍କ ଲାଗି ଶନିଙ୍କ ଓଲଟା ଚାଲ ବେଶ୍ କଷ୍ଟଦାୟକ ହୋଇପାରେ । ଆଜି ଠାରୁ ଆରମ୍ଭ କରି ନଭେମ୍ବର ପର୍ଯ୍ୟନ୍ତ ଶନି ଦେବ , ରାହୁ ଓ କେତୁ ଓଲଟା ଚଳଣ କରିବେ । ଫଳରେ କିଛି ରାଶିର ଜାତକଙ୍କ ଲାଗି ଏହି ସମୟ ବେଶ୍ କଷ୍ଟଦାୟୀ ହୋଇପାରେ ।

ଏହି ସମୟ ମଧ୍ୟରେ କିଛି ରାଶିର ବ୍ୟକ୍ତି ଆର୍ଥିକ ସମସ୍ୟା ସହିତ ସ୍ୱାସ୍ଥ୍ୟଗତ ସମସ୍ୟା, କ୍ୟାରିୟରରେ ସମସ୍ୟା ବି ସାମନା କରିପାରନ୍ତି । ତେବେ ଶନିଙ୍କ ଓଲଟା ଚଳଣ କେଉଁ ରାଶିଙ୍କ ଲାଗି ବିଶେଷ କଷ୍ଟଦାୟକ ହେବ ଆସନ୍ତୁ ସେ ସଂପର୍କରେ ଜାଣିବା ।
କର୍କଟ ରାଶି:
ଶନି ଦେବ ବକ୍ରୀ ହେବା କାରଣରୁ ଏହି ରାଶିର ଜାତକଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ନିଜ କ୍ୟାରିୟର ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । କାରଣ ଏହି ସମୟ ଆପଣଙ୍କ ଲାଗି ଭଲ ରହିବ ନାହିଁ । ଚାକିରି କ୍ଷେତ୍ରରେ ଚିନ୍ତା ବଢିବା ସହିତ ବୈବାହିକ ସମ୍ବନ୍ଧରେ ଫାଟ ସୃଷ୍ଟି ହୋଇପାରେ । ଏହା ସହିତ ପାରବାରିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ ।
ସିଂହ ରାଶି:
ଏହି ରାଶିର ଜାତକଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ । ବ୍ୟବସାୟରେ ବୃଦ୍ଧି କାରଣରୁ ଚିଡିଚିଡାପଣ ବଢିବ । ଆଇନଗତ ମାମଲା ଓ ଟେକନିକ୍ ସମସ୍ୟା କାରଣରୁ ଚିନ୍ତା ବଢିବ ।
ବିଛା ରାଶି:
ଏହି ରାଶିର ଜାତକଙ୍କୁ ବହୁତ ସମ୍ଭାଳି କରି ରହିବାକୁ ପଡିବ । ଏମାନଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନା କରିବାକୁ ପଡିପାରେ । ଏହା ସହିତ କାର୍ଯ୍ୟ କ୍ଷେତ୍ରରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ବି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପରିବାରରେ କୌଣସି ବଡ ସମସ୍ୟା ଉପୁଜିପାରେ । ପାର୍ଟନରସିପ୍ରେ ବିଜନେସ୍ କରୁଥିଲେ ବିବାଦ ଉପୁଜିପାରେ ।
ମୀନ ରାଶି:
ଏହି ରାଶିର ଲୋକମାନେ ବିନା କାରଣରେ ଲୋକଙ୍କ ଉପରେ କ୍ରୋଧାନ୍ୱିତ ହେବା ଫଳରେ ସଂପର୍କରେ ଫାଟ ସୃଷ୍ଟି ହେବ । କର୍ମକ୍ଷେତ୍ର ଓ ପରିବାରରେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିପାରେ । ସ୍ୱାସ୍ଥ୍ୟ ସହ ଜଡିତ ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ତେବେ ଜ୍ୟୋତିଷାଚାର୍ଯ୍ୟ କହିଛନ୍ତି ଏହି ସମୟରେ ଶନିଦେବଙ୍କ ମୂଳ ମନ୍ତ୍ର ଜପ କଲେ ସମସ୍ୟାରୁ କିଛିଟା ମୁକ୍ତି ମିଳିପାରେ । ଏହା ବ୍ୟତିତ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ଜପ କରିବା ଓ ଶନିବାର ଅଶ୍ୱତ୍ଥ ଗଛ ମୂଳରେ ରାଶି ତେଲ ଦୀପ ଜାଳିବା ଦ୍ୱାରା ଶନିଦେବଙ୍କ କୃପା ମିଳିଥାଏ ।

Get real time updates directly on you device, subscribe now.