fbpx

ସୁଖେଶ ଫିଙ୍କିଙ୍କ ଜରିଆରେ ଜ୍ୟାକଲିନକୁ ପଠାଇଥିଲେ ଏତିକି ଟଙ୍କା, ସପ୍ଲିମେଣ୍ଟ୍ରୀ ଚାର୍ଜସିଟରେ ପୋଲିସର ବଡ ଖୁଲାସା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁକେଶ ଚନ୍ଦ୍ର ଏବଂ ଜ୍ୟାକଲିନ ଫର୍ଣ୍ଣାଡିଜ ମାମଲାର ଧିରେ ଧିରେ ପର୍ଦ୍ଧା ଫାର୍ସ ଘଟୁଛି । ବର୍ତ୍ତମାନ ଦିଲ୍ଲୀ ପୋଲିସ ୧୩୪ ପେଜର ତୃତୀୟ ସପ୍ଲିମେଣ୍ଟ୍ରୀ ଚାର୍ଜସିଟ ଦାଖଲ କରିଛନ୍ତି । ପୋଲିସ ଚାର୍ଜ ସିଟରେ ଏହା ଲେଖିଛି ଯେ, ସୁଖେଶ ପିଙ୍କି ନାମକ ଜଣେ ଝିଅ ସହ ସାଙ୍ଗ ହୋଇଥିଲେ ଏବଂ ତାଙ୍କ ଜରିଆରେ ସେ ଜ୍ୟାକଲିନକୁ ଟଙ୍କା ପଠାଉଥିଲେ ।

ସୂଚନା ଅନୁସାରେ, ଚାର୍ଜସିଟରେ ଦାଖଲ କରାଯାଇଛି ଯେ, ଦିଲ୍ଲୀ ପୋଲିସ ଏହି ମାମଲାରେ ଦିନକୁ ଦିନ ପ୍ରମାଣ ଏକାଠି କରିବାରେ ଲାଗିଛି । ମାମଲାର ପ୍ରଥମ ଚାର୍ଜସିଟରେ ଲେଖାଯାଇଥିଲା ଯେ, ଆଦିତି ସିଂହ ଏଥିରେ ସଂପୃକ୍ତ ଅଛନ୍ତି ବୋଲି । ଏହାପରେ ଏହି ମାମଲାକୁ ଆର୍ଥିକ ଅପରାଧ ଶାଖାକୁ ପଠାଯାଇଥିଲା । ତେବେ ପାଞ୍ଚ ଛଅ ବର୍ଷ ପୂର୍ବରୁ ପିଙ୍କି ଇରାନୀ ସଂଜୟ ଚନ୍ଦ୍ରଙ୍କ ଜରିଆରେ ସୁଖେସ ଚନ୍ଦ୍ର ଶେଖରଙ୍କୁ ଜାଣିଥିଲେ ।

ସୁଖେସ ଚନ୍ଦ୍ରଙ୍କ ଏହି ଠକାମୀ ଟଙ୍କାକୁ ଅନ୍ୟଆଡେ ଖର୍ଚ୍ଚ କରିବାକୁ ଚାହୁଁଥିଲେ ସେଥିପାଇଁ ସେ ପିଙ୍କିଙ୍କ ସହାୟତାରେ ଜ୍ୟାକଲିନଙ୍କୁ ଟଙ୍କା ବାଣ୍ଟୁଥିବାର କଥା ଚାର୍ଜ ସିଟରେ ଲେଖାଯାଇଛି । କୁହାଯାଇଛି ଯେ, ପ୍ରକୃତରେ ପିଙ୍କିଙ୍କୁ ସୁଖେସ ଜେଲ ଭିତରେ ଦେଖାକରିଥିଲେ ଏବଂ ସୁଖେସ ପିଙ୍କିଙ୍କୁ କହିଥିଲେ ଯେ, ଯଦି ମୋତେ ଜ୍ୟାକଲିନ ସହ ଭେଟ କରାଇ ପାରିବ ତେବେ ମୁଁ ତୁମକୁ ୨କୋଟି ଟଙ୍କା ଦେବି । ସେଥିପାଇଁ ପିଙ୍କି ଜ୍ୟାକଲିନଙ୍କ ମେକଅପ ଆର୍ଟିଷ୍ଟଙ୍କ ସହ ଭେଟ କରି ଜ୍ୟାକଲିନଙ୍କ ସହ କଥା ହୋଇଥିଲେ ଏବଂ ସୁକେଶଙ୍କ କଥା କହିଥିଲେ ।

ଏହାପରେ ସୁଖେସ ଜେଲ ମଧ୍ୟରେ ଥାଇ ଅନେକ ଥର ଭିଡ଼ିଓ କଲରେ କଥା ହୋଇଥିଲେ । ସେହି ସମୟରେ ସୁଖେସ ଜ୍ୟାକଲିନଙ୍କ ସମସ୍ତ ଖର୍ଚ୍ଚ କରୁଥିଲେ । ତଦନ୍ତରୁ ଏହା ଜଣାପଡ଼ିଛି ଯେ, ସୁଖେସ ପିଙ୍କିକୁ ଦିନେ କଲ କରିଥିଲେ ଏବଂ କହିଥିଲେ ଯେ, ଜ୍ୟାକଲିନ ତାଙ୍କୁ ଇଗନୋର କରୁଛି । ତେଣୁ ସେ ଯଦି ଜ୍ୟାକଲିନଙ୍କ ସହ କଥା କରାଇଦେବେ ତେବେ ସୁଖେସ ପିଙ୍କିଙ୍କୁ ୧୦କୋଟି ଦେବେ ବୋଲି ଲହିଥିଲେ ।

ପିଙ୍କି ଜ୍ୟାକଲିନକୁ ବୁଝାଇବାରେ ସଫଳତା ହାସଲ କରିଥିଲେ । ସେଠାରେ ପିଙ୍କି ଜ୍ୟାକଲିନକୁ ୩୦ଲକ୍ଷ ଟଙ୍କାର ଏକ ହୀରା ମୁଦୀ ଦେଇଥିଲେ । ଏହାପରେ ଜ୍ୟାକଲିନ ପୁଣିଥରେ ସୁଖେସଙ୍କ ସହ କଥା ହୋଇଥିଲେ । ଏହି ମାମଲାରେ ପିଙ୍କି ମୁହଁ ଖୋଲି କହିଛନ୍ତି ଯେ, ମୁଁ ଏପରି ବହୁ କଳାକାରଙ୍କୁ ଭେଟିଥିଲି ଏବଂ ସେମାନଙ୍କୁ ମହଙ୍ଗା ଗିପ୍ଟ ଦେଇଥିଲି ।

Get real time updates directly on you device, subscribe now.