ପହଲଗାମ୍ ହମଲା, ସରଗରମ ରାଜ୍ୟ ରାଜନୀତି, ଶାଳୀନତା ଭୁଲିଗଲେ ସୁଲତା”

ପହଲଗାମ ଆତଙ୍କୀ ଆକ୍ରମଣକୁ ବିଶ୍ୱାସ କରୁନାହାନ୍ତି ସୁଲତା।

ଭୁବନେଶ୍ୱର: ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିଜେଡି ରାଜ୍ୟସଭା ସାଂସଦ ଏହି ଆତଙ୍କୀ ଆକ୍ରମଣକୁ ନେଇ ଉପହାସ କରିଛନ୍ତି। ଯେତେବେଳେ କି ଏହି ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ପାଲଟିଯାଇଛି।

ଆଉ ସମସ୍ତେ ଚାହୁଁଛନ୍ତି ବଦଲା, ସେହି ସମୟରେ ସୁଲତାଙ୍କ ବୟାନ ରାଜ୍ୟ ରାଜନୀତିକୁ ସରଗରମ କରିଛି। ସୁଲତାଙ୍କ କହିବା କଥା ଆତଙ୍କବାଦୀଙ୍କର ତ କୌଣସି ଧର୍ମ ନାହିଁ। ଏକଥା ସମସ୍ତେ ଜାଣିଛନ୍ତି।

ତାହାଲେ ସେମାନେ ପଚାରି ପଚାରି କେବଳ ହିନ୍ଦୁଙ୍କୁ କାହିଁକି ଗୁଳି କଲେ। ଆତଙ୍କୀ କୌଣସି ଧର୍ମ-ଜାତି ସହ ବନ୍ଧା ନୁହେଁ। ଏକଥା ତ ସମସ୍ତେ ଜାଣିଛନ୍ତି। ଏପରିକି ଏହି ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ହିନ୍ଦୁଙ୍କ ପରିବାର ଲୋକଙ୍କ କଥାକୁ ମଧ୍ୟ ବିଶ୍ୱାସ କରିବା ପାଇଁ ନାରାଜ ସୁଲତା ଦେଓ।

ଆଉ ଏଭଳି ଏକ ଘଡ଼ି ସନ୍ଧି ମୂହୁର୍ତ୍ତରେ ସୁନତାଙ୍କ ଉପରି ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୁଲତାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।

ହାସହ ଆହୁରି ମଧ୍ୟ କହିଛନ୍ତି ଏଭଳି ଦୁଃସମୟରେ ଉପହାସ କରିବା ନିନ୍ଦନୀୟ। ଅଭଳି ଲୋକ ରାଜନୀତି କରିବାକୁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।