fbpx

ସୁମିତ-ତପସ୍ୱନୀ ପାରିବାରିକ ବିବାଦ ମାମଲା: ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଆସନ୍ତା ୯ରେ ହେବ ଶୁଣାଣି

AAKASH

କଟକ(ଭାସ୍କର ନ୍ୟୁଜ୍‌): ବ୍ରହ୍ମପୁର ସୁମିତ-ତପସ୍ବନୀ ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଏ.କେ. ମହାପାତ୍ରଙ୍କ ଇଜିଲାସ ଏହାର ଶୁଣାଣି କରି ଆସନ୍ତା ଏପ୍ରିଲ୍‌ ୯ ତାରିଖରେ ଉଭୟ ସୁମିତ-ତପସ୍ୱିନୀଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ କହିଛନ୍ତି । ହାଜର ପରେ ଏହି ମାମଲାରେ ମଧ୍ୟସ୍ଥତା କେନ୍ଦ୍ର ଏକ ରିପୋର୍ଟ ଦାଖଲ କରିବେ । ତପସ୍ୱିନୀଙ୍କୁ ରହିବା ଲାଗି ସୁମିତ ସାହୁ ନେଇଥିବା ଭଡ଼ା ଘରର ଭିଡଇଓ କ୍ଲି୍‌ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି । ସେହିରି ଏଥି ସହିତ ସୁମିତ ସରକାରୀ କ୍ୱାର୍ଟର ନେଇଛନ୍ତି କି ନାହିଁ ସେ ନେଇ ସେ ସମ୍ପର୍କରେ ମଧ୍ୟ ସତ୍ୟପାଠ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି ।ଅନ୍ୟପକ୍ଷରେ ମଧ୍ୟସ୍ଥତା କେନ୍ଦ୍ର ରିପୋର୍ଟ ଆଧାରରେ ଆସନ୍ତା ଏପ୍ରିଲ୍‌ ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.