fbpx
BJD
BJD SKY
BJD SKY

କୃଷି ସହିତ କୃଷକ ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ କାର୍ଯ୍ୟ କରୁଛି NDDB

ନୂଆଦିଲ୍ଲୀ: ଭାରତ ସରକାର ଦୁଗ୍ଧ ଉତ୍ପାଦନ ଓ କୃଷିର ବିକାଶ ପାଇଁ ଅନେକ ଯୋଜନାର ପ୍ରଚଳନ କରିଛନ୍ତି । ଗୋପାଳକଙ୍କୁ ସବସିଡି ଆକାରରେ ଗାଈ ପ୍ରଦାନ କରାଯିବା ସହ କୃଷକଙ୍କଠାରୁ ଗୋବର କ୍ରୟ କରାଯାଉଛି । ଏହା ମାଧ୍ୟମରେ କୃଷକମାନେ ଗାଈ ପାଳନ କରିବା ପାଇଁ ପ୍ରୋତ୍ସାହିତ ପାଇଥାନ୍ତି । ବର୍ତ୍ତମାନ ସମୟରେ ଦେଶରେ କୃଷକଙ୍କର ଆୟ ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦୁଗ୍ଦ ଚାଷୀଙ୍କ ବିକାଶ ନେଇ ମଧ୍ୟ ପ୍ରୟାସ କରାଯାଉଛି । ନ୍ୟାସନାଲ ଡେୟରୀ ଡେଭଲପମେଣ୍ଟ ବୋର୍ଡ (ଏନଡିଡିବି) ଦୁଗ୍ଧ ଉତ୍ପାଦନ ଓ ବିକାଶ ଦିଗରେ କାର୍ଯ୍ୟ କରୁଛି । କୃଷକଙ୍କୁ ଦୁଗ୍ଧ ଉତ୍ପାଦନ ପାଇଁ ଏକଜୁଟ୍ କରିବା ସହ ସମସ୍ତ ଯୋଜନାର ପ୍ରଚାର ପ୍ରସାର ଦିଗରେ ଏନଡିବି କାର୍ଯ୍ୟ କରୁଛି । ଏକ ସାକ୍ଷାତକାର ଅବସରରେ ଏନଡିଡିବିର ଅଧ୍ୟକ୍ଷ ମୀନେଶ ଶାହ ଏନେଇ ସୂଚନା ଦେଇଛନ୍ତି ।

ଶାହ କହିଛନ୍ତି ଯେ, ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଅମୁଲ ମଡେଲକୁ ବିକଶିତ କରାଯାଇପାରି ନାହିଁ । ଏନଡିଡିବି ଦ୍ୱାରା ପ୍ରସ୍ତୁତ ଗାଇଡଲାଇନକୁ ଅନୁସରଣ କରିବା ସମ୍ପୃକ୍ତ ରାଜ୍ୟଗୁଡ଼ିକ ଉପରେ ନିର୍ଭର କରିଥାଏ । ତେଣୁ ଅମୁଲ ପ୍ରୟୋଗ କିଛି ରାଜ୍ୟରେ ସଫଳ ହୋଇଥିବା ବେଳେ ନିଜି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ଉତ୍ତର ରାଜ୍ୟଗୁଡ଼ିକରେ ଏକ ପୂର୍ଣ୍ଣ ଡାୟରୀ କ୍ରାନ୍ତି ଆଣିବାରେ ଏନଡିଡିବି ବିଫଳ ରହିଛି ।

ଏଥିସହ ସେ ପୁଣି କହିଛନ୍ତି ଯେ, ଚାଷୀଙ୍କର ଉନ୍ନତି ପାଇଁ ଏନଡିଡିବି ଅନେକ ଯୋଜନାର ଶୁଭାରମ୍ଭ କରିଛି । ସେଥି ମଧ୍ୟରେ ମହିଳା ଖାଦ ସହକାରୀ ସମିତି, ସୌର ସହକାରୀ ସମିତି, ମଶରୁମ ସହକାରୀ ସମିତି, ମଧୁମକ୍ଷୀ ପାଳନ ଏଫପିଓ, ଆଧୁନିକ ଡାୟରୀ ସମିତି ଅନ୍ୟତମ । ଏନଡିଡିବି ବିହାର, ଓଡ଼ିଶା ଓ ତାମିଲନାଡ଼ୁରେ ଏହି ମଡେଲକୁ ବିକଶିତ କରିବା ପାଇଁ ତିନି ସିଏସଆର ସମର୍ଥିତ ପରିଯୋଜନାକୁ ଆଗକୁ ନେବାକୁ ପ୍ରୟାସ କରୁଛି । ମହାରାଷ୍ଟ୍ର, ରାଜସ୍ଥାନ, ୟୁପି, ଆସାମ, ସିକିମ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପରି ୧୦ଟି ସ୍ଥାନରେ ଏପରି ମଡେଲ ସ୍ଥାପନ ପାଇଁ ଟାଟା ଟ୍ରଷ୍ଟ ସହିତ ବୁଝାମଣା କରାଯାଇଛି । ନିକଟରେ ଏଡିଡିବି କ୍ଷୁଦ୍ର ଦୁଗ୍ଧ ଚାଷୀଙ୍କୁ କୁକୁଡ଼ା ପାଳନ ଓ ଛତୁ ଚାଷ ପାଇଁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପାଇଲଟ ପରିଯୋଜନାର ଶୁଭାରମ୍ଭ କରିଛି ।

Get real time updates directly on you device, subscribe now.