fbpx

ବିଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ କୁକୁର, ଗବେଷଣାରୁ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ ହେଉଛି କୁକୁର । କେଉଁ ଆଦିମ ଯୁଗରୁ ମଣିଷର ପାଖେ ପାଖେ ଏହି କୁକୁର ରହି ଆସିଛି । କିଏ ଘର ଜଗିବା ପାଇଁ କୁକୁର ରଖିଥାଏ ତ ଆଉ କିଏ ସୌଖୀନରେ କୁକୁର ପାଳନ କରିଥାଏ । ହେଲେ ଏବେ ଗବେଷଣାରୁ ଏକ ନୂଆ ତଥ୍ୟ ଆବିଷ୍କାର ହୋଇଛି ଯେ, କୁକୁର ପାଳନ ଦ୍ୱାରା ଔଷଧୀୟ ଉପକାର ମିଳେ । ଶରୀରରେ ଯନ୍ତ୍ରଣା ହେଉଥିଲେ, ମାତ୍ର ୧୦ ମିନିଟ ପାଇଁ କୁକୁର ସହିତ ବନ୍ଧୁତା କଲେ ବହୁ ପରିମାଣରେ ଯନ୍ତ୍ରଣା କମିଥାଏ ।

କାନାଡାର ସାସ୍‌କାଚେୱାନ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ, କୁକୁର ପାଳନ ଦ୍ୱାରା ଅନେକ ଉପକାର ମିଳିଥାଏ । ବିଶେଷ କରି କୁକୁର ପାଳନ ଦ୍ୱାରା କ୍ରୋନିକ୍‌ ପେନ୍‌ ବା ପୁରୁଣା ଯନ୍ତ୍ରଣା କମିଥାଏ । କୁକୁର ସହିତ ପ୍ରତିଦିନ କିଛି ସମୟ ବିତାଇବା ଦ୍ୱାରା ହାଲିଆ ହେବା, ମାନସିକ ବିଷାଦ, ଦୁଶ୍ଚିନ୍ତା, ଅତ୍ୟଧିକ କାମର ଚାପ ଆଦି କମିଥାଏ । ପୂର୍ବରୁ ମଧ୍ୟ ଆମେରିକାରେ ଗବେଷଣାରୁ ଜଣା ପଡିଥିଲା ଯେ, କୁକୁର ପାଳନ ଦ୍ୱାରା ୩୧ ପ୍ରତିଶତ ହୃଦଘାତଜନିତ ରୋଗ କମ୍‌ ହୋଇଥାଏ । କୁକୁର ନ ରଖିଥିବା ଲୋକଙ୍କ ତୁଳନାରେ କୁକୁର ରଖିଥିବା ଲୋକଙ୍କର ହୃଦଘାତ ୩୩ ପ୍ରତିଶତ କମ ହୋଇଥାଏ ।

ସେହିପରି ଯେଉଁମାନଙ୍କୁ ହୃଦଘାତ ହୋଇଥାଏ ସେମାନେ ଯଦି କୁକୁର ରଖିଥାନ୍ତି ସେମାନଙ୍କର ଡେଥ୍‌ ରିସ୍କ୍‌ ୨୭ ପ୍ରତିଶତ କମିଯାଇଥାଏ ।ଆମେରିକାନ ହାର୍ଟ ଆସୋସିଏସନର ରିପୋର୍ଟ ଅନୁସାରେ ପ୍ରତିଦିନ ନିଜ କୁକୁର ସହିତ ସକାଳେ ଚଲାବୁଲା କରୁଥିବା ଲୋକଙ୍କର ଏକ ତୃତୀୟାଂଶ କମ୍‌ ମଧୁମେହ ହେବାର ଆଶଙ୍କା ରହିଥାଏ । କୁକୁର ପାଳନ ଦ୍ୱାରା ଏସବୁ ଉପକାରକୁ ଦୃଷ୍ଟିରେ ରଖି ବିଦେଶରେ ଅନେକ ହସ୍ପିଟାଲରେ ଏବେ ଡଗ୍‌ ଥେରାପି ଦିଆଯାଉଛି ।

Get real time updates directly on you device, subscribe now.