fbpx
BJD SKY
BJD SKY

ହଟିଲା କୋଭିଡ୍ କଟକଣା, ଏପ୍ରିଲ ୪ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି

BJD

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭର୍ଚୁଆଲରେ ହେଉଥିଲା ଶୁଣାଣି ସଂକ୍ରମଣ କମିବାରୁ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣା । ତେବେ ଏପ୍ରିଲ ୪ରୁ ପ୍ରତ୍ୟକ୍ଷ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ୨୪ ତାରିଖରୁ ଫିଜିକାଲ ଶୁଣାଣି ଉପରେ ସାରା ଦେଶରେ କଟକଣା ଲଗାଯାଇଥିଲା । ଦିଲ୍ଲୀ ସହ ସାରା ଦେଶରେ ସଂକ୍ରମଣ କମୁଥିବାରୁ କଟକଣା ହଟାଇ ଦେଇଛନ୍ତି ସିଜିଆଇ । କରୋନାର ଦ୍ୱିତୀୟ ଲହର କମିବା ପରରୁ ଫିଜିକାଲ ଶୁଣାଣି ପାଇଁ ଦାବି କରିଆସୁଥିଲା ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ । ତେବେ ମାନ୍ୟବର ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ର ଦାବିକୁ ସ୍ବାକାର କରିଛନ୍ତି।

Get real time updates directly on you device, subscribe now.