fbpx

ଗୁଗୁଲ ପେ’ ଆଣିଲା ନୂଆ ଫିଚର, ଏଣିକ ଗୋଟିଏ କ୍ଲିକରେ ଫଟାଫଟ୍‌ ଅନଲାଇନ ପେମେଣ୍ଟ ହେବ

ନୂଆଦିଲ୍ଲୀ: ଡିଗିଟାଲ ଯୁଗରେ ମାର୍କେଟିଂ ଠୁ ମନି ଟ୍ରାନ୍ସଫର ପର୍ଯ୍ୟନ୍ତ ପ୍ରାୟ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି । ଲୋକ ସାଥୀରେ ନଗଦ ଟଙ୍କା ନେବାକୁ ପସନ୍ଦ କରୁନାହାନ୍ତି । ପେଟିଏମ୍‌, ଗୁଗୁଲ୍‌ ପେ, ଫୋନ୍‌ ପେ ଦେଶର ପ୍ରମୁଖ ଅନଲାଇନ୍‌ ପେମେଣ୍ଟ ଆପ୍‌ ଦେଶରେ ବହୁଳ ବ୍ୟବହାର ହେଉଛି । ସମ୍ପ୍ରତି ଗୁଗୁଲ୍‌ ପେ ଏକ ନୂତନ ଫିଚର ଘୋଷଣା କରିଛି । ଯାହା ଉପଭୋକ୍ତାଙ୍କ ଗୋଟିଏ କ୍ଲିକରେ ଫଟାଫଟ୍‌ ହୋଇଯିବ ଅନଲାଇନ ପେମେଣ୍ଟ ।

ଗୁଗୁଲ ନିକଟରେ ଅନଲାଇନ୍‌ ପେମେଣ୍ଟ ଆପ୍‌ ‘ଗୁଗୁଲ୍‌ ପେ’ ପାଇଁ ଏକ ନୂତନ ଫିଚର ଜାରି କରିଛି । ଯାହାର ନାମ ‘ଟ୍ୟାପ୍‌ ଟୁ ପେ’ ବୋଲି ରଖାଯାଇଛି । ପାଇନ୍‌ ଲାପ୍ସ ସହିତ ମିଳିତ ଭାବରେ ଜାରି କରାଯାଇଥିବା ଏହି ଫିଚରରେ ଉପଭୋକ୍ତାମାନେ କ୍ୟୁଆର କୋଡ୍‌ ସ୍କାନ୍‌ ନକରି କିମ୍ବା ୟୁ ପିଆଇଲିଙ୍କ୍‌ ନମ୍ବର ପ୍ରବେଶ କରି ଗୋଟିଏ କ୍ଲିକରେ ପେମେଣ୍ଟ କରିପାରିବେ । ସମ୍ପ୍ରତି ଏହି ଫିଚର ଗୁଗୁଲ୍‌ ପେରେ ଜାରି କରିଛି। ଯଦି ଉପଭୋକ୍ତା ଭାବୁଛନ୍ତି କି ଏହି ଫିଚର କିପରି କାମ କରେ ତେବେ ଉପଭୋକ୍ତାଙ୍କୁ ଜଣାଇ ଦେବାକୁ ଚାହେଁ ଯେ ପେମେଣ୍ଟ୍‌ କରିବା ପାଇଁ ବର୍ତ୍ତମାନ ଉପଭୋକ୍ତାମାନଙ୍କୁ କେବଳ ସ୍ମାର୍ଟଫୋନକୁ ପିଓଏସ ଟର୍ମିନାଲରେ ଟ୍ୟାପ୍‌ କରିବାକୁ ପଡିବ ।

Get real time updates directly on you device, subscribe now.