fbpx
BJD SKY
BJD SKY

ପେଟ୍ରୋଲ –ଡିଜେଲର ନୂତନ ରେଟ୍ ଜାରି: ଜାଣନ୍ତୁ ଆପଣଙ୍କ ସହରରେ କେତେ ଟଙ୍କା ମହଙ୍ଗା ହେଲା ତୈଳଦର

BJD

ନୂଆଦିଲ୍ଲୀ: ବିଭିନ୍ନ ସରକାରୀ କମ୍ପାନୀ ପକ୍ଷରୁ ଜାରି କରାଯାଇଛି ନୂତନ ତୈଳ ଦର । ସକାଳ ୬ଟାରୁ ତେଲ ରେଟ୍ ଅପଡେଟ୍ କରାଯାଇଥିବା ବେଳେ ବିଗତ ଆଜି ତେଲ ଦରରେ କୌଣସି ବୃଦ୍ଧି ଘଟା ଯାଇ ନାହିଁ । ବିଗତ ୧୦ ଦିନ ମଧ୍ୟରେ ୯ ଥର ତେଲ ଦର ବୃଦ୍ଧି ଘଟିଥିବା ବେଳେ ପେଟ୍ରୋଲ ମୂଲ୍ୟ ୬.୪୦ ପଇସା ବୃଦ୍ଧି ପାଇଥିଲା । ରାଜଧାନୀ ନୂଆଦିଲ୍ଲୀରେ ଆଜି ଦ ପେଟ୍ରୋଲ ମୂଲ୍ୟ ୧୦୧.୮୧ ଏବଂ ଡିଜେଲର ମୂଲ୍ୟ ୯୩ ଟଙ୍କାରେ ପହଞ୍ଚିଛି । ଗୁରୁବାର ମିଳିଥିବା ସୂଚନା ଅନୁଯାୟୀ ଦେଶର ସମସ୍ତ ରାଜ୍ୟରେ ଏହି ମୂଲ୍ୟ ବୃଦ୍ଧି ହୋଇଛି । ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଆଜି ୧୧୬.୬୮ ଟଙ୍କା ରହିଛି ଯାହା ଦେଶରେ ସର୍ବାଧିକ ।

କେଉଁ ସହରରେ କେତେ ରହିଛି ମୂଲ୍ୟ: ଦିଲ୍ଲୀରେ ପେଟ୍ରୋଲ ୧୦୧.୮୧ ଓ ଡିଜେଲ ୯୩.୦୭ ଟଙ୍କା

ମୁମ୍ବାଇରେ ପେଟ୍ରୋଲ ୧୧୬.୭୨ ଏବଂ ଡିଜେଲ ୧୦୦.୯୪ ଟଙ୍କା

ଚେନ୍ନାଇରେ ପେଟ୍ରୋଲ ୧୦୭.୪୫ ଏବଂ ଡିଜେଲ ୯୭.୫୨ଟଙ୍କା

କୋଲକାତାରେ ପେଟ୍ରୋଲ ୧୧୩.୩୫ ଏବଂ ଡିଜେଲ ୯୬.୨୨ଟଙ୍କା

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୦୫.୮୫ ଟଙ୍କା ରହିଥିବା ବେଳେ ଡିଜେଲ ଦର ୯୫.୭୮ ଟଙ୍କା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ପ୍ରତ୍ୟେକ ଦିନ ସକାଳ ୬.୦୦ରେ ପେଟ୍ରୋଲ ଦର ପରିବର୍ତ୍ତନ ହୁଏ । ବିଭିନ୍ନ ଖର୍ଚ୍ଚ ଓ କମିଶନ ଯୋଡିବା ପରେ ପ୍ରତ୍ୟେକ ଦିନର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ।

Get real time updates directly on you device, subscribe now.