fbpx
BJD SKY
BJD SKY

ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

BJD

ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀରରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି । ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ଆତଙ୍କବାଦୀ ଲୁଚିଥିବା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦିନକୁ ଦିନ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଦୁଇଦିନ ପୂର୍ବରୁ ଉକ୍ତ ଜମ୍ମୁର ଶ୍ରୀନଗରରେ ମଧ୍ୟ ଦୁଇ ଆତଙ୍କୀ ଏନକାଉଣ୍ଟରରେ ନିହତ ହୋଇଥିଲେ । ନିହତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ରଇଜ ଅହମଦ ଭଟ୍ଟ ନାମକ ଜଣେ ସାମ୍ବାଦିକ ଅନଲାଇନରେ ନ୍ୟୁଜ୍ ପୋର୍ଟାଲ ଚଳାଉଥିବା ଜଣାପଡ଼ିଥିଲା । ନିହତ ଅନ୍ୟ ଆତଙ୍କବାଦୀଙ୍କ ନାମ ଥିଲା ହିଲାଲ ଅହମଦ ରାହ ।

Get real time updates directly on you device, subscribe now.