fbpx

୮୬ ବର୍ଷରେ ପାଦ ଥାପିଲା ଓଡ଼ିଶା, ଉତ୍କଳ ଦିବସରେ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ସଂକଳ୍ପର ବାର୍ତ୍ତା ଦେଲେ ପରିବେଶବିତ୍

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜି ଅପ୍ରେଲ୍‌ ପହିଲା, ଉତ୍କଳ ଦିବସ । ୮୬ ବର୍ଷ ତଳେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସବୁ ଓଡ଼ିଆଙ୍କ ପାଇଁ ଏହି ଦିନଟି ସ୍ମରଣୀୟ । କାରଣ ଆଜି ଆମେ ଆମର ପରିଚୟ ପାଇଥିଲୁ । ଏହାର ସୁରକ୍ଷା ଓ ପ୍ରଗତି ପାଇଁ ନିଜକୁ ନିୟୋଜିତ କରିବା ପ୍ରତିଟି ଓଡିଆର କର୍ତ୍ତବ୍ୟ ଓ ଦାୟିତ୍ୱ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍‌ ସୁଶାନ୍ତ ସାହୁ ରଙ୍ଗ ବେରଙ୍ଗ ମୁରୁଜକୁ ବ୍ୟବହାର କରି ଜନସଚେତନତା ଉଦ୍ଦେଶ୍ୟରେ ତିଆରିଛନ୍ତି । ଏକ ସୁନ୍ଦର ସ୍ୱଚ୍ଛ ଓ ସବୁଜିମାମୟ ଓଡ଼ିଶାର ଚିତ୍ର । ଦେଇଛନ୍ତି ସ୍ୱଚ୍ଛତା ଓ ସବୁଜିମାର ବାର୍ତ୍ତା । ସ୍ୱଚ୍ଛ ଓ ସବୁଜିମାଭରା ଓଡ଼ିଶା ନିର୍ମାଣ ପାଇଁ ପ୍ରତିଟି ଓଡ଼ିଆ ଏହି ପୂଣ୍ୟ ଦିବସଟିରେ ସଂକଳ୍ପ ନେବା ପାଇଁ ଶ୍ରୀ ସାହୁ ନିବେଦନ କରିଛନ୍ତି । ସୁଶାନ୍ତ କୁହନ୍ତି ପ୍ରକୃତି ତାର ପ୍ରାକୃତିକ ସମ୍ପଦକୁ ପ୍ରଦାନ କରିବାରେ ଓଡ଼ିଶାକୁ ଅବହେଳା କରିନାହିଁ । ଏହାର ସୁରକ୍ଷା ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ଚିନ୍ତା ଓ ଚେତନାରେ ପରିବର୍ତ୍ତନ ଆସିବା ନିତାନ୍ତ ଜରୁରୀ । ତେବେ ଯାଇ ଆମେ ଏକ ସ୍ୱଚ୍ଛ ଓ ସବୁଜ ଓଡ଼ିଶାର ସୂର୍ଯ୍ୟୋଦୟକୁ ଦେଖି ।ରିବା ବୋଲି ସୁଶାନ୍ତ ଆଶାପ୍ରକଟ କରିଛନ୍ତି ।

Get real time updates directly on you device, subscribe now.