fbpx

‘ଫେରାର ହୋଇନାହାଁନ୍ତି, ଘର ଖୋଜୁଛନ୍ତି ସୁମିତ୍’, ଜାଣନ୍ତୁ କ’ଣ କହିଲେ ସୁମିତଙ୍କ ଓକିଲ

ତପସ୍ୱିନୀଙ୍କୁ ଛାଡ଼ି ଡାକ୍ତର ସ୍ୱାମୀ ସୁମିତ ପଳାଇବା ଅଭିଯୋଗ ଘଟଣା । ତପସ୍ୱିନୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ସୁମିତଙ୍କ ଓକିଲ । କହିଛନ୍ତି ସୁମିତ୍ କୁଆଡେ ଯାଇନାହାଁନ୍ତି ବାଲିସିରା ଅଞ୍ଚଳରେ ଅଛନ୍ତି । ବର୍ତ୍ତମାନ ଅସୁସ୍ଥ ଅଛନ୍ତି ସୁମିତ ବୋଲି କହିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା । ତପସ୍ୱିନୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଓକିଲ ସୁରେନ୍ଦ୍ର ବେହେରା ।

ଉଲ୍ଲେଖଯୋଗ୍ୟ, ଶାଶୁ ଘର ସାମ୍ନାରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ତପସ୍ପିନୀ ଦାସ । ଏହାପରେ ମାମାଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ କହିଥିଲେ କୋର୍ଟ । ଗୁରୁବାର ଏହାର ଶୁଶାଣି କରିବା ସହ ଆଉ ୭ ଦିନ ଏକାଠି ରହିବାକୁ ସମୟ ଦେଇଥିଲେ କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ୧୭ ତାରିଖରେ ହେବ । ଏହାରି ମଧ୍ୟରେ ଶୁକ୍ରବାର ତପସ୍ୱିନୀ ଅଭିଯୋଗ ଆଣିଥିଲେ ସୁମିତ୍ କେଉଁଆଡେ ଚାଲିଯାଇଛନ୍ତି ।

Get real time updates directly on you device, subscribe now.