fbpx

ଚିନ୍ତା ବଢ଼ାଉଛି ଓମିକ୍ରନ୍: ମାସ୍କ ନଖୋଲିବାକୁ ‘WHO’ ର ଚେତାବନୀ

ବିଶ୍ୱରେ କାୟା ମେଲାଉଥିବା ଓମିକ୍ରନ ଭାରିଆଣ୍ଟ ଚିନ୍ତା ସୃଷ୍ଟି କରିଛି । ଏହାରି ମଧ୍ୟରେ ସତର୍କ ସୂଚନା ଜାରି କରିଛି ‘ହୁ’ । ‘ହୁ’ କହିଛି ଓମିକ୍ରନ୍ ଯୋଗୁଁ ଆମେ ଏକ ବିପଜ୍ଜନକ ସ୍ଥିତିରେ ରହିଛେ, ଏଥିରୁ ରକ୍ଷା ପାଇବା ଲାଗି ଉଭୟ ମାସ୍କ ଏବଂ ଭ୍ୟାକ୍ିସନ ଜରୁରୀ । ତେଣୁ ମୁହଁରୁ ମାସ୍କ ନଖୋଲିବା ଲାଗି ଚେତାବନୀ ଦେଇଛି ‘ହୁ’ । ଏନେଇ ସୂଚନା ଦେଇଛନ୍ତି ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡ. ଭି କେ ପଲ୍ ।

ବିଶ୍ୱରେ ଏବେ କାୟା ମେଲାଉଛି କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ । ଯାହାକୁ ନେଇ ଏବେ ଚିନ୍ତାରେ ସମସ୍ତେ । ଏପର୍ଯ୍ୟନ୍ତ ପ୍ରାୟ ୫୯ଟି ଦେଶକୁ ବ୍ୟାପିଲାଣି ଏହି ଭାରିଆଣ୍ଟ । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୩୩ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।

Get real time updates directly on you device, subscribe now.