fbpx

ଚୀନ୍ ଉପରେ ଆକ୍ରମଣ କରିବେ ଏଲିୟନ! ଏୟାରଫୋର୍ସ ଏକ୍ସପର୍ଟଙ୍କ ଚାଞ୍ଚଲ୍ୟକର ଖୁଲାସା, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ପଡ଼େଶୀ ଦେଶ ଚୀନର ଏକ ଖବରକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଯେଉଁଥିରେ ଚୀନ ଆକାଶରେ ଏଲିୟନ ଉଡ଼ୁଥିବାର ଦାବି କରାଯାଉଛି । ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଏଲିୟନଙ୍କୁ ଦେଖିବା ଦାବି ଚୀନ ଏୟାରଫୋର୍ସ ପାଇଲଟ୍ କରିଛନ୍ତି ।

ଚୀନର ଜଣେ ପାଇଲଟ୍ ତଥା ତାଙ୍କ ସହଯୋଗୀ ଦାବି କରିଛନ୍ତି ଯେ ସେ ୨୪ ନଭେମ୍ବରରେ ଆକାଶରେ ଏଲିୟନଙ୍କୁ ଦେଖିଥିଲେ । ଯେଉଁ ପାଇଲଟ ଏହି ଦାବି କରିଛନ୍ତି ସେ ଚୀନ ଏୟାରଫୋର୍ସର ଜଣେ ଏକ୍ସପର୍ଟ ଅଟନ୍ତି । ସେ କହିଛନ୍ତି ୨୪ ନଭେମ୍ବରରେ ତାଇୱାନ ଏବଂ ହଂଗ-କଂଗ ମଧ୍ୟରେ ଉଡ଼ାଣ ଭରୁଥିବା ସମୟରେ ସେ ଏବଂ ତାଙ୍କ ସହଯୋଗୀ ଚୀନ ଆକାଶରେ ଏଲିୟନଙ୍କ ସେନାକୁ ଦେଖିଥିଲେ । ସେମାନେ ପ୍ରମାଣ ପାଇଁ ଏହାର ଭିଡିଓ ମଧ୍ୟ କରିଥିଲେ । କକପିଟ୍ ମଧ୍ୟରୁ ଏହି ଭିଡିଓକୁ ସୁଟ୍ କରିଥିଲେ । ଭିଡିଓରେ ୧୨ଟି ଲାଇଟ ଚମକୁଥିବାର ଦେଖାଯାଉଛି, ଏହାକୁ ୟୁଏଫଓ ବୋଲି କୁହାଯାଉଛି ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଏଲିୟନ ଚୀନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଭିଡିଓରେ ୧୨ଟି ଚମକୁଥିବା ଜିନିଷ ଆକାଶରେ ଉଡ଼ୁଛନ୍ତି । ଚୀନ ପାଇଲଟଙ୍କ ଅନୁଯାୟୀ ଏଲିୟନମାନେ ଶକ୍ତି ପ୍ରଦର୍ଶନ କରୁଛନ୍ତି ।

Get real time updates directly on you device, subscribe now.