fbpx

ଲାଲ ଶାଢୀର Reelରେ ନିଆଁ ଲଗାଇଦେଲେ ଶମା: ଦେଖନ୍ତୁ ଫଟୋ ଓ Video

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଶମା ସିକନ୍ଦର ପୁଣି ଥରେ ଚର୍ଚ୍ଚାରେ । ଲାଲ ଶାଢୀରେ ଶମା ନିଜର ଫଟୋ ଶେୟାର କରିବା ସହିତ ଏକ ରିଲ ମଧ୍ୟ ଶେୟାର କରିଛନ୍ତି । ସର୍ବଦା ନିଜର ବୋଲ୍ଡ ଅବତାର ପାଇଁ ଚର୍ଚ୍ଚିତ ଶମା ଏଥର ଭାରତୀୟ ପାରମ୍ପରିକ ପରିଧାନ ଶାଢୀକୁ ଅତ୍ୟନ୍ତ ବୋଲ୍ଡ ଅବତାରରେ ଦେଖାଇଛନ୍ତି । ଶମା ନିଜର ଶାଢୀ ଲୁକରେ ଅତ୍ୟନ୍ତ ହଟ ଦେଖା ଯାଉଥିବା ବେଳେ ସମାନ ଶାଢୀରେ ଏକ ରିଲ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

 

View this post on Instagram

 

A post shared by Shama Sikander (@shamasikander)

ଶମାଙ୍କ ଏହି ଫଟୋ ଏବଂ ଭିଡିଓକୁ ଫ୍ୟାନ ବେଶ ପସନ୍ଦ କରିଛନ୍ତି । ଶମାଙ୍କ ସୌନ୍ଦର୍ଯ୍ୟକୁ ଫ୍ୟାନ ମାନେ ପସନ୍ଦ ମଧ୍ୟ କରିଛନ୍ତି । ୪୦ ବର୍ଷୀୟ ଶମା ବିଗତ ୨ ବର୍ଷ ହେବ କୌଣସି ଫିଲ୍ମରେ ନଜର ଆସିନାହାନ୍ତି । ତେବେ ସୋସିଆଲ ମିଡିଆରେ ସେ ଅତ୍ୟନ୍ତ ସକ୍ରିୟ । ଶମା ୨୦୦୩-୦୫ ଯାଏଁ ୟେ ମେରୀ ଲାଇଫ୍ ହେଁରେ ନଜର ଆସିଥିଲେ । ୧୯୯୮ରେ ଶିଶୁ କଳାକାର ଭାବରେ ପ୍ରେମ ଆଗନରୁ କ୍ୟାରିୟର ଆରମ୍ଭ କରିଥିଲେ ଶମା । ଆମୀର ଖାଁଙ୍କ ସହିତ ମନ ଫିଲ୍ମରେ ଅଭିନୟ କରିଥିବା ଶମା ଶେଷଥର ପାଇଁ ୨୦୧୯ରେ ବାଇପାସ ରୋଡରେ ନଜର ଆସିଥିଲେ । ୧୦ରୁ ଅଧିକ ଟିଭି ସିରିଏଲରେ ଅଭିନୟ କରିଥିବା ଶମା ୬ଟି ମ୍ୟୁଜିକ ଭିଡିଓରେ ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ….

 

View this post on Instagram

 

A post shared by Shama Sikander (@shamasikander)

 

Get real time updates directly on you device, subscribe now.