fbpx

ପାକିସ୍ତାନରେ ଲଜ୍ଜା: ଚୋରି ଅଭିଯୋଗରେ ଯୁବତୀଙ୍କୁ ମାଡ଼ ମାରିବା ସହ ଉଲଗ୍ନ କରି ବୁଲାଇଲେ ରାସ୍ତାରେ

ପାକିସ୍ତାନରେ ମହିଳାଙ୍କ ଉପରେ କିଭଳି ବ୍ୟବହାର ହୋଇଥାଏ ତାହା କାହାକୁ ଅଛପା ନାହିଁ । ଯେତେବେଳେ ବି ପାକିସ୍ତାନରେ କୌଣସି ମହିଳାଙ୍କୁ ରାଜନୈତିକ କିମ୍ବା କୌଣସି ଅନ୍ୟ କାମରେ ଆଗକୁ ବଢ଼ିବାର ଦେଖାଯାଇଛି ସେତେବେଳେ ତାଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି । ନିକଟରେ ପାକିସ୍ତାନରେ ଏକ ଏଭଳି ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ କାହାର ବି ମୁଣ୍ଡ ତଳକୁ ହୋଇଯିବ । ଏଠାରେ ଚୋରି ଅଭିଯୋଗରେ ଯୁବତୀଙ୍କୁ ରାସ୍ତାରେ ଉଲଗ୍ନ କରି ଚଲାଇଥିଲେ ।

ସୂଚନା ଅନୁଯାୟୀ, ୪ଜଣ ମହିଳା ପାକିସ୍ତାନ ଫେସଲାବାଦର ଅଞ୍ଚଳର ଏକ ଦୋକନକୁ କିଛି ସମାଗ୍ରୀ କିଣିବାକୁ ଆସିଥିଲେ । ଯେଉଁଠାରେ ସେମାନଙ୍କ ସହ ଏଭଳି ଘଟଣା ଘଟିଛି । ଦୋକାନୀ ସେମାନଙ୍କ ଉପରେ ଚୋରି ଅଭିଯୋଗ ଆଣିଥିଲେ, ଦୋକନୀ କହିଥିଲେ ଯେ ଜିିନିଷ କିଣିବା ବାହାନାରେ ସେମାନେ ଦୋକାନକୁ ଆସିଥିଲେ ଏବଂ ଜଣେ ଦୋକାନୀ ସହ ଜିନିଷ କିଣାକୁ ନେଇ ଯୁକ୍ତି କରିଥିଲେ ଆଉ ଏହି ସମୟରେ ଅନ୍ୟ ମହିଳା ଚୋରି କରିଥିଲେ ବୋଲି ଅଭିଯୋଗ କରିଥିଲା ଦୋକାନୀ ।

ଏହାପରେ ସେଠାରେ ଥିବା ଲୋକମାନେ ସେମାନଙ୍କୁ ଘେରିଥିଲେ ଏବଂ ଅତି ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ କେବଳ ସେତିକି ନୁହେଁ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ଭିଡିଓରେ ଏହି ମହିଳାମାନେ କ୍ଷମା ମାଗିବା ସହ ଚୋରି କରିନଥିବା ବୋଲି କହୁଥିଲେ ବି ତାଙ୍କୁ ମାଡ଼ ମାରିଚାଲିଥିଲେ ଲୋକେ ।

Get real time updates directly on you device, subscribe now.