fbpx

ଗରିବ ପିଲାଙ୍କୁ ଟଙ୍କା ବାଣ୍ଟୁଥିଲେ ନେହା କକ୍କର, ହେଲା କିଛି ଏମିତି, ଦେଖନ୍ତୁ ଭିଡିଓ…

ମୁମ୍ବାଇ: ସୋସିଆଲ ମିଡିଆରେ ଆକ୍ଟିଭ ରହୁଥାନ୍ତି ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ନେହା କକ୍କର । ଅନେକ ସମୟରେ ତାଙ୍କୁ ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ନିକଟରେ ଏହି କଣ୍ଠଶିଳ୍ପୀ ତଥା ଅଭିନେତ୍ରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ଚିନ୍ତିତ ଥିବାର ନଜର ଆସୁଛନ୍ତି । ତାଙ୍କର ଏହି ଭିଡିଓ ଫ୍ୟାନ ମାନଙ୍କୁ ବ୍ୟଥିତ କରିଛି ।

ପ୍ରକୃତରେ ବଲିଉଡ କଣ୍ଠଶିଳ୍ପୀ ନେହା କକ୍କର ଏକ ରେଷ୍ଟୁରାଣ୍ଟରେ ଖାଇବା ପରେ ଯେତେବେଳେ କାର ନିକଟକୁ ଫେରିଥିଲେ ସେହି ସମୟରେ କିଛି ଛୋଟ ପିଲା ତାଙ୍କ ପାଖକୁ ଆସିଥିଲେ ଏବଂ ଟଙ୍କା ମାଗିଥିଲେ ନେହା ମଧ୍ୟ କିଛି ଟଙ୍କା ଦେଇଥିଲେ । କିନ୍ତୁ ହଠାତ୍ ସେଠାକୁ ଆହୁରି ଅଧିକ ଲୋକ ଆସିଥିଲେ ଏବଂ ହୋହାଲ୍ଲା କରିବାକୁ ଲାଗିଥିଲେ ଯାହାକୁ ଦେଖି ଡରିଯାଇଥିଲେ ନେହା ଏବଂ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ । ସେଠାରେ ଥିବା ଗାର୍ଡ ମଧ୍ୟ ସେମାନଙ୍କୁ ହଟାଇବାକୁ ଚେଷ୍ଟା କରିଥିଲେ । ହେଲେ ବି ସେମାନେ ରହିନଥିଲେ । ତେବେ ଏହି ଘଟଣାର ଭିଡିଓ ଦେଖି ଫ୍ୟାନମାନେ ଚିନ୍ତିତ ହୋଇଯାଇଥିଲେ ।

 

View this post on Instagram

 

A post shared by Voompla (@voompla)

Get real time updates directly on you device, subscribe now.