fbpx

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ

ବରଗଡ଼, (ଭାସ୍କର ନ୍ୟୁଜ୍‌): ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣାକୁ ଲକ୍ଷ୍ୟ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ହେଲେ ଜାନୁଆରୀ ଗାଇଡ୍‌ଲାଇନ୍‌ ଆସିବା ପରେ ଏନେଇ ପୁନଃବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ । ଚଳିତ ମାସରେ ଶୁଭସ୍ତମ୍ଭ ଦେବାର କାର୍ଯ୍ୟକ୍ରମ ରହିଥିଲା । କରୋନା ମହାମାରୀ ପାଇଁ ଗତ ବର୍ଷ ମଧ୍ୟ ଧନୁଯାତ୍ରା ବନ୍ଦ ରହିଥିଲା । ତେବେ ଏଥର ମଧ୍ୟ କରୋନା ପାଇଁ ଧନୁଯାତ୍ରାକୁ ସ୍ଥଗିତ ରଖାଯାଇଛି । ଅନ୍ୟପଟେ ରାଜ୍ୟ ଓମିକ୍ରନ୍ ଭୟ ସହ କରୋନା ସଂକ୍ରମଣ ବଢ଼ିିବାର ଆଶଙ୍କା ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତା ମୂଳ ପଦକ୍ଷପ ନେଇଛନ୍ତି। ମାସ୍କା, ସାନିଟାଇଜର୍ ପିନ୍ଧିବା ସହ ଅଯଥା ଭିଡ ଜମାଇବାକୁ ବାରଣ କରାଯାଉଛି।

ଗତ ୨୪ ଘଣ୍ଟା ମଧ୍ୟ ଓଡ଼ିଶାରୁ ୨୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୮ ଓ ସ୍ଥାନୀୟ ଅଞ୍ଚଳରୁ ୧୧୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪୦ ଜଣ ୧୨ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୨୪୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୬୨୦ ରହିଥିବା ବେଳେ ୨ ହଜାର ୧୩୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ଜଣାପଡିଛି।

 

Get real time updates directly on you device, subscribe now.