fbpx

ଟ୍ରେନରେ ରହିବେ ହୋଷ୍ଟେସ୍, ଜାଣନ୍ତୁ କେଉଁ ରେଳରେ ପାଇବେ ଏହି ସୁବିଧା

ନୂଆଦିଲ୍ଲୀ: ଏଣିକି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମିଳିବ ବିମାନ ଭଳି ସୁବିଧା । ଏ ଦିଗରେ ବିଚାର ଚଳାଇଛି ରେଳବାଇ । ଏହି ପରିପ୍ରେକ୍ଷୀରେ ଏୟାର ହୋଷ୍ଟେସଙ୍କ ଭଳି ଟ୍ରେନରେ ଆଟେଣ୍ଡାଣ୍ଟ୍ ବ୍ୟବସ୍ଥା ପ୍ରଚଳନ କରିବା ଉପରେ ଯୋଜନା ପ୍ରସ୍ତୁତ କରାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍, ଗତିମାନ ଏ ତେଜସ୍ ଏକ୍ସପ୍ରେସ୍ ରେ ଏଭଳି ସୁବିଧା ପ୍ରଦାନ କରାଯିବ । ହେଲେ ରାଜଧାନୀ ଓ ଦୂରନ୍ତ ଏକ୍ସପ୍ରେସ୍ ରେ ଏହି ସୁବିଧା ମିଳିବ ନାହିଁ । ତେବେ ପ୍ରିମିୟମ୍ ଟ୍ରେନ୍ ରେ ଯେଉଁ ଟ୍ରେନ୍ ହୋଷ୍ଟେସ୍ ସୁବିଧା ମିଳିବ ସେଥିରେ କେବଳ ମହିଳା ହୋଷ୍ଟେସ୍ ରହିବେ ନାହିଁ ବରଂ ଉଭୟ ପୁରୁଷ ଓ ମହିଳା ରହିବେ । ବିମାନ କମ୍ପାନୀ ଗୁଡ଼ିକୁ ପ୍ରତିଦ୍ୱନ୍ଦିତା କରିବା ଲାଗି ଏବଂ ଯାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଏହି ଯୋଜନା ଆଣିଛି ରେଳବାଇ ।

Get real time updates directly on you device, subscribe now.