fbpx

ଜୱାଦ କ୍ଷୟକ୍ଷତି ଆକଳନ: ସୌରଭ ରାୟଙ୍କ ନେତୃତ୍ୱରେ ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌):ରାଜ୍ୟରେ ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବହୀନ ରହିଥିଲା । ଏହି ବାତ୍ୟାର ପ୍ରଭାବରେ ଧନଜୀବନ ହାନି ହୋଇନଥିଲେ ହେଁ ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇଛି ଧାନ ଚାଷ । ଅମଳ ଉପଯୋଗୀ ଧାନ କିଆରି ପାଣିରେ ବୁଡି ଯାଇଥିବା ବେଳେ ଚାଷୀ ମୁଣ୍ଡରେ ହାତ ଦେଇଛି । ଏଭଳି ପରସ୍ଥିତିରେ କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟକୁ ଆସିବେ କେନ୍ଦ୍ରୀୟ ଟିମ୍ ।

ବାତ୍ୟା “ଜୱାଦ୍‌’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଶନିବାର ଓଡିଶା ଆସିବ କେନ୍ଦ୍ରୀୟ ଟିମ୍‌ । ଶନିବାର ଦିନ ଆନ୍ତଃ ମନ୍ତ୍ରାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଏହି ଟିମ୍‌ ଜୱାଦ ପ୍ରଭାବିତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବେ । ଏହି ୬ଟି ଜିଲ୍ଲାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରୀୟ ଟିମ୍‌ ଚଳିତ ମାସ ୧୩ ତାରିଖରେ ଫେରିଯିବେ ବୋଲି ସୂଚନା ଦିଆଯାଇଛି ।

 

 

Get real time updates directly on you device, subscribe now.