fbpx

ସୁମିତ-ତପସ୍ୱିନୀ ବିବାଦ: ଆଜି କୋର୍ଟରେ ୨ଟି ମାମଲାର ହେବ ଶୁଣାଣି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଚର୍ଚ୍ଚିତ ଦମ୍ପତି ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦର ଆଜି ହେବ ଶୁଣାଣି । ତପସ୍ୱିନୀ ତାଙ୍କ ସ୍ୱାମୀ ସୁମିତଙ୍କ ସହ ଶ୍ୱଶୁର ଘରେ ରହିବା ମାମଲାର ଶୁଣାଣି ଏସଡିଜେଏମଙ୍କ କୋର୍ଟରେ ହେବ । ସେହିପରି ତପସ୍ୱିନୀଙ୍କୁ ଭରଣପୋଷଣ ମାମଲାର ଶୁଣାଣି ଜିଲ୍ଲା ଦୌରାଜଜ କୋର୍ଟରେ ହେବ । ଦିନକୁ ଦିନ ଏହି ମାମଲା ଗଡ଼ି ଚାଲିଥିବା ବେଳେ ଏହାର ସମାଧାନ କେବେ ହେବ ତାହାକୁ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି ।

ସୁମିତଙ୍କ ମାଆ ଓ ଜେଜେମାଆଙ୍କ ପକ୍ଷରୁ ଆଗତ ପିଟିସନକୁ କୋର୍ଟ ଖାରଜ କରିଦେଇଥିବାରୁ ସୁମିତଙ୍କ ପକ୍ଷ ଉପର କୋର୍ଟକୁ ଯିବେ ବୋଲି ତାଙ୍କର ଓକିଲ କହିଥିଲେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ସୁମିତ ୧୭ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଜିଲ୍ଲା କୋର୍ଟ ଗତ ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ରାୟ ବିରୋଧରେ ସୁମିତ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ପୂର୍ବରୁ ଗତ ୬ ତାରିଖରେ ତପସ୍ୱିନୀ ଶ୍ୱଶୁର ଘରେ ପ୍ରବେଶ କରିବା ପରେ ଉକ୍ତ ରାତିରେ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ି ପଳାଇଥିଲେ । ଅନ୍ୟପକ୍ଷରେ ସୁମିତ ଅସୁସ୍ଥତା କାରଣ ଦର୍ଶାଇ ବାରମ୍ବାର ଛୁଟିରେ ରହିବା ସହ ଘରଠାରୁ ଦୂରରେ ରହୁଛନ୍ତି । ଏପରି ସ୍ଥିତିରେ ତପସ୍ୱିନୀ ତାଙ୍କ ଶ୍ୱଶୂର ଘରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଏକୁଟିଆ ରହୁଛନ୍ତି । ଦୁଇ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଆଗକୁ କ’ଣ ଘଟିବ, ତାହା କହିବା ମୁସ୍କିଲ ।

Get real time updates directly on you device, subscribe now.