fbpx
BSKY SKY
BSKY SKY

ବିଜେପିରେ ଯୋଗଦେଲେ ମୁଲାୟମ୍ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ, ଅଖିଳେଶଙ୍କୁ ବଡ଼ ଝଟକା

BSKY

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଘନେଇଛି ରାଜନୀତି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବା ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ୍ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଜି ବିଜେପିରେ ମିଶିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ସାମିଲ ହେବାରୁ ରାଜନୀତିର ମୋଡ଼ ବଦଳିଛି ।

ବିଜେପିର ରାଜ୍ୟ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ଅପର୍ଣ୍ଣାଙ୍କୁ ଦଳରେ ସାମିଲ କରିଛନ୍ତି । ଏହି ସମୟରେ ୟୁପିର ଡେପୁଟି ସିଏମ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଅପର୍ଣ୍ଣାଙ୍କୁ ବିଜେପିର ସଦସ୍ୟତା କରିବା ସହ ଦୁହେଁ ସପା ଓ ଅଖିଳେଶଙ୍କୁ ଆକ୍ରମଣ କରିଛନ୍ତି ।

ବିଜେପିରେ ସାମିଲ ହେବା ପରେ ଅପର୍ଣ୍ଣା କହିଛନ୍ତି ଯେ, ‘ମୁଁ ସବୁବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରଭାବିତ ହୋଇଛି । ଦେଶ ମୋ ପାଇଁ ସବୁବେଳେ ଆଗରେ ରହିଛି । ମୁଁ ଏବେ ଦେଶର ପୂଜା କରିବାକୁ ବାହାରି ଆସିଛି, ଯେଉଁଥିରେ ମୋତେ ସମସ୍ତଙ୍କ ସହଯୋଗ ଆବଶ୍ୟକ ।’ ଏହା ସହିତ ପିଏମ୍ ମୋଦୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ, ମହିଳା ଓ ରୋଜଗାରକୁ ନେଇ ଚାଲିଥିବା ଅଭିଯାନଗୁଡିକୁ ପ୍ରଶଂସା କରିଥିଲେ ।

ତେବେ ମୁଲାୟମ ସିଂଙ୍କ ଦ୍ୱିତୀୟ ପତ୍ନୀ ସାଧନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ହେଉଛନ୍ତି ଅପର୍ଣ୍ଣା । ସେ ୨୦୧୭ ମସିହାରେ ବିଧାନସଭା ନିର୍ବାଚନ ପାଇଁ ଲକ୍ଷ୍ନୌର କ୍ୟାଣ୍ଟ ସିଟ୍ ପାଇଁ ଲଢ଼ିଥିଲେ । ସମାଜବାଦୀ ପାର୍ଟିର ଅପର୍ଣ୍ଣା ବିଜେପି ପ୍ରାର୍ଥୀ ବୁହୁଗୁଣା ଜୋଶୀଙ୍କଠାରୁ ପରାସ୍ତ ହୋଇଥିଲେ । କିନ୍ତୁ ଅପର୍ଣ୍ଣା ପ୍ରାୟ ୬୩ ହଜାର ଭୋଟ୍ ହାସିଲ କରିଥିଲେ । ଅପର୍ଣ୍ଣାଙ୍କୁ ସମାଜବାଦୀ ପାର୍ଟିରେ ତାଙ୍କୁ କୌଣସି ବଡ଼ ପଦପଦବୀ ମିଳି ନଥିଲା ।

Get real time updates directly on you device, subscribe now.