fbpx

ଟିମ୍ ଇଣ୍ଡିଆରେ ଚାଲିଥିଲା କ’ଣ: ୧୩ ବର୍ଷ ତଳର ଗୁମର ଖୋଲିଲେ ଭାରତର ପୂର୍ବତନ କୋଚ

ନୂଆଦିଲ୍ଲୀ: କ୍ରିକେଟ ଏକ ଭଦ୍ରଲୋକଙ୍କ ଖେଳ ହୋଇଥିବା ବେଳେ ଅନେକ ସମୟରେ ଏହାକୁ ମ୍ୟାଚ ଫିକ୍ସିଂ, ସ୍କାଣ୍ଡାଲ ଆଦି ଗ୍ରାସ କରିଥାଏ । ତେବେ ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ କୋଚ ଏହାର ପର୍ଦ୍ଦାଫାସ୍ କରିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମେଣ୍ଟାଲ କଣ୍ଡିସନିଂ କୋଚ ପ୍ୟାଡି ଅପ୍ଟନ ଏନେଇ ଏକ ଭୟଙ୍କର ଖୁଲାସା କରିଛନ୍ତି । କୋଚକଙ୍କ ମୁତାବକ, ମ୍ୟାଚ ପୂର୍ବରୁ ଖେଳାଳିଙ୍କୁ ସେକ୍ସ କରିବାକୁ ସେ ପରାମର୍ଶ ଦେଇଥିଲେ । ତାଙ୍କର ରଚିତ ପୁସ୍ତକ ‘ଦି ବେୟାରଫୁଟ କୋଚ’ ମାଧ୍ୟମରେ ସେ ଏହାର ଖୁଲାସା କରିଛନ୍ତି ।

ସେ କହିଛନ୍ତି ଯେ, ସେତେବେଳେ ଭାରତୀୟ ଦଳର କୋଚ ଥିବା ଗ୍ୟାରି କ୍ରିଷ୍ଟେନ ମୋର ଏହି ପରାମର୍ଶକୁ ନେଇ ବହୁତ ନାରାଜ ହୋଥିଲେ । ଏହା ପରେ ମୁଁ ତାଙ୍କ ନିକଟକୁ ଯାଇ କ୍ଷମାପ୍ରାର୍ଥନା କରିଥିଲି । ବାସ୍ତବରେ ଏହି ପରାମର୍ଶ ଦେବା ମୋ ପାଇଁ ଏକ ମସ୍ତବଡ଼ ଭୁଲ୍ ଥିଲା । ଗତ ୨୦୦୯ ମସିହାରେ ଚାମ୍ପିୟନ୍ସ ଟ୍ରଫି ପାଇଁ ଖେଳାଳିଙ୍କ ପାଇଁ ନୋଟ୍ ପ୍ରସ୍ତୁତ କରିବା ସମୟରେ ସେ ସେକ୍ସ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ଶାରୀରିକ ସମ୍ବନ୍ଧ ସ୍ଥାପନ ପରେ ଖେଳାଳିଙ୍କ ପ୍ରଦର୍ଶନ ଶାନଦାର ରହିଥାଏ ବୋଲି ମୋର ବିଶ୍ୱାସ ଥିଲା । ଏହାଦ୍ୱାରା ଖେଳାଳିମାନେ ଭଲ ପ୍ରଦର୍ଶନ କରିବା ସହ ଦଳକୁ ଫାଇଦା ଦେଇଥାଏ ବୋଲି ମୁଁ ହୃଦୟଙ୍ଗମ କରିଥିଲି । ଆଇପିଏଲ ସମୟରେ ଭାରତୀୟ ପେସ୍ ବୋଲର ଏସ୍. ଶ୍ରୀସନ୍ଥ ଏକଦା ରାହୁଲ ଦ୍ରାବିଡ଼ଙ୍କୁ ଗାଳି ଦେଇଥିଲେ । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଶାନ୍ତ ସ୍ୱଭାବ ତାଙ୍କୁ ବହୁତ ଭଲ ଲାଗେ ବୋଲି ସେ ମଧ୍ୟ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅପ୍ଟନ ଭାରତୀୟ ଟିମ୍ ବ୍ୟତୀତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ ଦାୟିତ୍ୱ ତୁଲାଇ ସାରିଛନ୍ତି ।

Get real time updates directly on you device, subscribe now.