fbpx

କରୋନା ସମୟରେ ଶ୍ରମିକଙ୍କ ଟଙ୍କା ଲୁଟ୍ ହୋଇଥିଲା

ସୁନ୍ଦରଗଡ଼, ୧୨ା୪(ଓଡ଼ିଶା ଭାସ୍କର): କରୋନା କରାଳ ଭିତରେ ରାଜ୍ୟ ସରକାର ଅସହାୟ ଶ୍ରମିକଙ୍କ ପାଇଁ ସାହାଯ୍ୟ ଅର୍ଥ ଘୋଷଣା କରିଛନ୍ତି । କିନ୍ତୁ ସୁନ୍ଦରଗଡ଼ର ଜନୈକ ପିଅନ ଏହି ଅର୍ଥକୁ ହଡ଼ପ କରୁଥିଲେ । ଘଟଣା ପ୍ରଘଟ ହେବା ପରେ ସୁନ୍ଦରଗଡ଼ ସ୍ଥିତ ହେମଗିରି କନିକା ପଞ୍ଚାୟତ ଅଫିସ୍ ପିଅନଙ୍କୁ ବହିଷ୍କୃତ କରାଯାଇଛି । ନିର୍ମାଣ ଶ୍ରମିକଙ୍କ ଟଙ୍କା ହଡ଼ପ ଅଭିଯୋଗରେ ବୈରାଗୀ ପ୍ରଧାନ ବହିଷ୍କୃତ ହୋଇଛନ୍ତି । ପ୍ରତି ଶ୍ରମିକଙ୍କ ଟଙ୍କାରୁ ୧୦୦ଟଙ୍କା ବୈରାଗୀ ରଖୁଥିବା ନେଇ ଜଣାପଡ଼ିଥିଲା । ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ହେମଗିରି ବିଡ଼ିଓ ଜଗଦୀଶ ମହାନନ୍ଦ ତାଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.