fbpx

ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ!

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ବାଘୁଣୀ ସୁନ୍ଦରୀକୁ ଫେରାଇ ଦେବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସୁନ୍ଦରୀକୁ ଯେକୌଣସି ସମୟରେ ଫେରାଇ ନେବେ ମଧ୍ୟପ୍ରଦେଶ ସରକାର । ଏନେଇ ଚିଫ ୱାଇଲ୍ଡଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।

ପୂର୍ବରୁ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯିବା ପ୍ରସଙ୍ଗରେ ଚିଫ ୱାଇଲ୍ଡ ଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ ହେବନି । ୧୩ମାସ ଧରି ବାଘୁଣୀ ସୁନ୍ଦରୀ ଏନକ୍ଲୋଜରରେ ରହିଥିଲା। ଏନକ୍ଲୋଜରରେ ରହିବାରୁ ଜଙ୍ଗଲୀ ପ୍ରକୃତି ହରେଇବାରେ ଲାଗିଛି ବୋଲି ସେ କହିଥିଲେ । ସୁନ୍ଦରୀକୁ କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବ । ସାତକୋଶିଆ ଜଙ୍ଗଲରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବ । ସାତକୋଶିଆର ଉନ୍ନତି ହେଲେ ବ୍ୟାଘ୍ର ପ୍ରକଳ୍ପ କଥା ଚିନ୍ତା କରାଯିବ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ସୁନ୍ଦରୀକୁ ଅଣାଯାଇଥିଲା। ସୁନ୍ଦରୀ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ନଯାଇ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ ଘୂରି ବୁଲୁଥିଲା। ଏହାକୁ ନେଇ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ସୁନ୍ଦରୀକୁ ସ୍ଥାନାନ୍ତର ପାଇଁ ଗାଁ ଲୋକେ ଦାବି କରିଥିଲେ। ଶେଷରେ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଟ୍ରାଙ୍କୁଲାଇଜ୍ ଟିମକୁ ଚକମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ଯଶୋଦା ହାତୀକୁ ନେଇ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ସେବେଠୁ ସୁନ୍ଦରୀ ଏନକ୍ଲୋଜରରେ ରହିଛି।

Get real time updates directly on you device, subscribe now.