fbpx

ଓଡିଶାକୁ ‘କୃଷି କର୍ମଣ’ ପୁରସ୍କାର

ତୁମୁକୁରୁରୁ,୨ ।୧: ଓଡିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡିଶା ପୁରସ୍କୃତ ହୋଇଛି । କୋଟିଏ ଟଙ୍କାର ସୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଏଠାରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ତେବେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି । ତୃତୀୟ କିସ୍ତି ବାବଦକୁ ୬ କୋଟି ହିତାଧିକାରୀ ୨ ହଜାର ଟଙ୍କା ଲେଖାଏଁ ପାଇବେ । କର୍ଣ୍ଣାଟକର ତୁମକୁରୁରେ ଏହି ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହେଉଛି ।

Get real time updates directly on you device, subscribe now.