Breaking: ଦ୍ୱିତୀୟ ସେମିରେ ଜିତିଲା ନ୍ୟୁଜିଲାଣ୍ଡ
ଫାଇନାଲରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ। ରବିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ମହାମୁକାବିଲା।
ଦୁବାଇ: ମାର୍ଚ୍ଚ ୯ରେ ମହାଲଢ଼େଇ। ରବିବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ହେବ ଭାରତ ଏବଂ ନ୍ୟୁଜିଲାଣ୍ଡ ମହା ମୁକାବିଲା। ଆଜି ଦ୍ୱିତୀୟ ସେମିରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ।
ଗତକାଲି ଚମ୍ପିଆନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହୋଇଥିଲେ ଭାରତ-ଅଷ୍ଟ୍ରେଲିଆ। ଆଉ ଅଷ୍ଟ୍ରେଲିଆକୁ ହରାଇ ୨୦୨୩ର ବଦଲା ନେବା ସହ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଥିଲା ଭାରତୀୟ ଟିମ୍। ଖାଲି ଅପେକ୍ଷା ଥିଲା। ଆଜିର ସେମିଫାଇନାଲ୍ ମ୍ୟାଚକୁ। ଯାହାକି ନ୍ୟୁଜିଲାଣ୍ଡ ଏବଂ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯାଉଥିଲା।
୫୦ ରନରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରିଛି କିଓ୍ୱି ଦଳ। ଆଉ ହାତେଇଛି ଫାଇନାଲର ଟିକେଟ। ମାର୍ଚ୍ଚ ୯ ତାରିଖ ଦିନ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ଟକ୍କର ହେବ। କାରଣ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ସାଉଥ୍ ଆଫ୍ରିକାକୁ ଅତି ଶୋଚନୀୟ ଭାବରେ ହରାଇଛି ନ୍ୟୁଜିଲାଣ୍ଡ।
ଏହାସହ ଫାଇନାଲରେ ପ୍ରବେଶ କରିଛି। ତେଣୁ ରବିବାର ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ। ଏହି ମ୍ୟାଚ୍ ଅତ୍ୟନ୍ତ ରୋଚକ ହେବ ବୋଲି ଆଶା କରାଯାଉଛି। ଏବଂ ଦୁଇଦଳ ମଧ୍ୟରେ ଜୋରଦାର ଟକ୍କର ହେବ ବୋଲି ଅନୁମାନ କରାଯାଉଛି।
କାରଣ ଆଜିର ସେମି ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡର ଯେଉଁଭଳି ପ୍ରଦର୍ଶନ ଥିଲା। କହିବାକୁ ଗଲେ ଚଳିତ ବର୍ଷର ICC ଟୁର୍ଣ୍ଣାମେଣ୍ଟର ସବୁଠାରୁ ଅଧିକ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରି ସାଉଥ ଆଫ୍ରିକା ଆଗରେ ୩୬୨ ରନର ଟାର୍ଗେଟ ରଖିଥିଲା ନ୍ୟୁଜିଲାଣ୍ଡ।
ଆଉ ୩୬୨ ରନର ପିଛା କରି ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା। ହେଲେ ପ୍ରଥମ ୧୦ ଓଭରରେ ହିଁ ବଲ୍ ଖାଇଯାଇଥିଲେ ସାଉଥ୍ ଆଫ୍ରିକା ବ୍ୟାଟ୍ସମ୍ୟାନ। ଯାହା ଫଳରେ ଶେଷ ଓଭର ସୁଦ୍ଧା ୩୧୨ ରନ୍ କରି ପରାଜୟ ବରଣ କଲା ଦକ୍ଷିଣଆଫ୍ରିକା। ଆଉ ଫାଇନାଲରେ ପ୍ରବେଶ କଲା ନ୍ୟୁଜିଲାଣ୍ଡ।
ତେଣୁ ଏଜି ଯେଉଁଭଳି ଇନିଂସ ଖେଳିଳା ନ୍ୟୁଜିଲାଣ୍ଡ, ଯଦି ସେହିପରି ଫାଇନାଲରେ ସ୍କୋର କରେ ତାହା ଭାରତ ପାଇଁ କଷ୍ଟସାଧ୍ୟ ହୋଇପଡିବ। ତେବେ ଦେଖାଯାଉ ଫାଇନାଲରେ କାହାର ଲକ୍ ସାତ୍ ଦେଉଛି। ଆଉ ଚାମ୍ପିଅନ୍ସ ଟ୍ରଫି କାହା ହାତରେ ଶୋଭା ପାଉଛି।