ପିକଅପକୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ଲିଭିଗଲା 2ଜଣଙ୍କ ଜୀବନ ଦୀପ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ୍‌କୁ ଧକ୍କା ହେଲା ଅଜଣା ଗାଡି । ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଖବର ଅନୁସାରେ, ଲହୁଣୀପଡ଼ା ଥାନା ଅନ୍ତର୍ଗତ ଆମରୂଢ଼ି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ପିକଅପ୍‌କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ପିକଅପ୍‌ ମାଲିକଙ୍କ ସହିତ ହେଲ୍ପଙ୍କର ମୃତ୍ୟୁ ହୋଇଛି ।

ତେବେ ଦୁର୍ଘଟଣା ପରେ ଚାପା ଉତ୍ତେଜନା ଦେଖାଯାଇଥିଲା । କେହି କିଛି ବୁଝିବା ଆଗରୁ ପ୍ରାଣ ଉଡ଼ିଯାଇଥିଲା । ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକମାନଙ୍କର ପରିଚୟ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ ।

ଗୁରୁତରମାନେ ମଧ୍ୟ ଜୁନିୟାନି ଅଞ୍ଚଳର ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।  ଘଟଣା ସ୍ଥଳରେ ଲହୁଣୀପଡ଼ା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।