fbpx

ବଞ୍ଚିବେ ତ ସୁନିତା ୱିଲିୟମ୍ସ! ପାଖରେ ରହିଛି ଏତେ କମ୍ ଇନ୍ଧନ , ଯଦି ସରିଯିବ ସୁନିତାଙ୍କ କେମିତି ଫେରିବେ ଅନ୍ତରୀକ୍ଷରୁ….

ଓଡିଶା ଭାସ୍କର: ସ୍ପେସକ୍ରାଫ୍ଟର ଜାଳେଣୀ ବା ଇନ୍ଧନ ସରି ସରି ଯାଉଛି । ତାହାସହ ମହାକାଶଯାତ୍ରୀ ସୁନିତାଙ୍କ ଜୀବନ ମଧ୍ୟ ସରି ସରି ଯାଉଛି । ମୃତ୍ୟୁ ଓ ଜୀବନ ମଧ୍ୟରେ ଲଢୁଛନ୍ତି ସାହସୀ ଝିଅ ସୁନିତା । ନିର୍ଭୀକତାର ସମସ୍ତ ଅସ୍ତ୍ର ବି ତାଙ୍କ ପାଖରେ ଅଛି । ମାତ୍ର ବିପଦ ତାଙ୍କୁ ଡାକିବାରେ ଲାଗିଛି ମୋ ପାଖକୁ ଚାଲି ‘ଆ’ା ସୁନିତା ନିଜର ଅନ୍ତରୀକ୍ଷ ସାଥି ବୈରୀ ୱିମୋରଙ୍କ ସହ ମହାକାଶରେ ଫସି ରହିଛନ୍ତି । କେବେ ସେମାନେ ସେଠାରୁ ଧରାପୃଷ୍ଠରେ ପାଦ ରଖିବେ ସେମାନେ ବି ଜାଣି ନାହାନ୍ତି । ନା ନାସା ଜାଣିଛି । ପ୍ରାୟ ୨ ମାସ ହେବ ଏହି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସେଠାରେ ରହିଯାଇଛନ୍ତି ।

ଉଭୟ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବୈରୀ ୱିମୋରଙ୍କ ସ୍ପେସକ୍ରାଫ୍ଟରେ ଜାଳେଣୀ ଓ ଖାଦ୍ୟର ଆବଶ୍ୟକତା ରହିଛି । ରିପୋର୍ଟ ଅନୁସାରେ, ସେମାନଙ୍କ ପାଖରେ ଦୀର୍ଘ ଦିନ ପାଇଁ ଇନ୍ଧନ ଆଉ ନାହିଁ । ଏଭଳି ସ୍ଥିତିରେ ନାସା ପାଇଁ ଏକ ଆହ୍ୱାନ ରହିଛି । ନାସା ସେମାନଙ୍କୁ ତୁରନ୍ତ ସେମାନଙ୍କୁ ପୃଥିବୀପୃଷ୍ଠକୁ ନେଇ କି ଆସିବାର ଆବଶ୍ୟକତା ଅଛି । ନହେଲେ ଅକାଳରେ ମଳିନ ହୋଇଯିବେ ଏହି ଦୁଇ ଯୋଦ୍ଧା । ଲଗାତାର ଭାବରେ ନାସା ମଧ୍ୟ ପ୍ରୟାସ ଜାରି ରଖିଛି । ସ୍ପେସ-ଏକ୍ସ ସହ ମିଶି ୧୮ ଅଗଷ୍ଟରେ ନାସା ‘କ୍ରୁ-୯’ ମିଶନ ଲଞ୍ଚ କରିବାକୁ ଯାଉଛି । ଏଥିରେ ୪ ଜଣ ଅନ୍ତରୀକ୍ଷଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ଯିବେ ।

ଯଦି ଏଭଳି କରି ନପାରେ ନାସା ତେବେ ଉଭୟ ଅନ୍ତରୀକ୍ଷଯାତ୍ରୀଙ୍କ ଜୀବନ ମୃତ୍ୟୁ ଆଡକୁ ଟାଣି ହୋଇ ଚାଲିବ । ଷ୍ଟାରଲାଇନର ପାଇଁ ନାସାକୁ ପ୍ରାୟ ୧୨୫ ଅରବ ଟଙ୍କାର କ୍ଷତିରେ ରହିଛି । ଅନେକ ସମୟରେ ଏହା ସମସ୍ୟା ମଧ୍ୟରେ ଗତି କରିଥାଏ ଓ ଏଥର ମଧ୍ୟ ସମାନ ଘଟଣା ଘଟିଛି । ଫଳରେ ଷ୍ଟାରଲାଇନର ଏୟାରକ୍ରାପ୍ଟରେ ଏହି ଦୁଇ ଯାତ୍ରୀ ଅନ୍ତରୀକ୍ଷ ତ ଯାଇଛନ୍ତି, ହେଲେ ଫେରି ପାରି ନାହାନ୍ତି ।

Get real time updates directly on you device, subscribe now.