fbpx

ସଂସଦ ଭବନରେ ଗଦର ୨ର ସ୍ପେସିଆଲ ସ୍କ୍ରିନିଂ, ନିର୍ଦ୍ଦେଶକ କହିଲେ ମୋ ଲାଗି ବହୁତ ସମ୍ମାନର କଥା

ନୂଆଦିଲ୍ଲୀ: ସନି ଦେଓଲ ଓ ଅମୀଷା ପଟେଲ ଅଭିନୀତ ‘ଗଦର ୨’ ସହ ସମ୍ବନ୍ଧିତ ଏକ ବଡ ଖବର ସାମ୍ନାକୁ ଆସିଛି । ବକ୍ସ ଅଫିସରେ ଧମାକା କରିବା ପରେ ଏବେ ଗଦର ୨ ସଂସଦ ଭବନରେ ଧମାକା କରିବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ ‘ଗଦର ୨’ ନୂଆ ସଂସଦ ଭବନରେ ସ୍କ୍ରିନିଂ ହେବ । ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍କ୍ରିନିଂ ଆଜି ଠାରୁ ଆରମ୍ଭ ହୋଇଯାଇଛି । କୁହାଯାଉଛି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଏହି ସ୍କ୍ରିନିଂ ଦେଖିବାକୁ ଉପସ୍ଥିତ ରହିବେ ।

ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା କହିଛନ୍ତି, ଆମକୁ ଫିଲ୍ମର ସ୍କ୍ରିନିଂ ଲାଗି ସଂସଦରୁ ଏକ ମେଲ୍ ଆସିଛି । ସେ ଏହାକୁ ନେଇ ବେଶ୍ ସମ୍ମାନିତ ମନେ କରୁଛନ୍ତି ବୋଲି କହିଛନ୍ତି । ନିର୍ଦ୍ଦେଶକଙ୍କୁ ଯେତେବେଳେ ପଚରାଯାଇଥିଲା କି ସେ ୩ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ସ୍କ୍ରିନିଂ ଶୋ’ରେ ଉପସ୍ଥିତ ରହିବେ କି ନା ସେତେବେଳେ ସେ କହିଥିଲେ ମୋ ପାଇଁ ଦିଲ୍ଲୀ ଯିବା ସମସ୍ୟା ହେବ । କିନ୍ତୁ ମୁଁ କାଲି ଦିଲ୍ଲୀ ଯାତ୍ରା କରିବି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଫିଲ୍ମ ବକ୍ସ ଅଫିସରେ ଜୋରଦାର ଆୟ କରିବାରେ ଲାଗିଛି । ୧୫ ଦିନରେ ଗଦର ୨ ବହୁ ଫିଲ୍ମର ରେକର୍ଡ ଭାଙ୍ଗି ସାରିଲାଣି । ୧୧ ଅଗଷ୍ଟରେ ରିଲିଜ ହୋଇଥିବା ଏହି ଫିଲ୍ମ ଏ ପର୍ଯ୍ୟନ୍ତ ୪୦୦ କୋଟିରୁ ଅଧିକ ରୋଜଗାର କରି ସାରିଲାଣି ।

Get real time updates directly on you device, subscribe now.