fbpx

ପୁଣି ମାଟି କାମୁଡିଲା ଚେନ୍ନାଇ: ପଏଣ୍ଟ ଖାତା ଖୋଲିଲା ସନରାଇଜର୍ସ

Advertisement

ଚଳିତ ଆଇପିଏଲର ୧୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗସ୍ କୁ ୮ ୱିକେଟ୍ ରେ ହରାଇଛି । ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ପୁଣି ଥରେ ପରାଜୟର ସାମ୍ନା କରିଛି । ଏହି ପରାଜୟ ସହିତ ଚଳିତ ସିଜନ୍ରେ ଲଗାତାର ଚତୁର୍ଥ ପରାଜୟ ବରଣ କରିଛି ଚେନ୍ନାଇ ।

ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୧୫୪ ରନ୍ କରି ପାରିଥିଲା ଚେନ୍ନାଇ । ଦଳ ପାଇଁ ସର୍ବାଧିକ ୪୮ ରନ୍ ସଂଗ୍ରହ କରିଥିଲେ ମୋଇନ ଅଲୀ । ଜବାବରେ ହାଇଦ୍ରାବାଦ ୧୫୫ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ୧୭. ଓଭର ୪ଟି ବଲ୍ ରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।

ହାଇଦ୍ରାବାଦର ଅଭିଶେକ ଶର୍ମା ୫୦ ବଲ୍ ଖେଳି ସର୍ବାଧିକ ୭୫ରନ୍ ସଂଗ୍ରହ କରିଛନ୍ତି । ଶେଷରେ ୧୫ଟି ବଲର ସାମ୍ନା କରି ୩୯ ରନ୍ର ବିସ୍ପୋରକ ଇନିଂସ ଖେଳିଛନ୍ତି ରାହୁଲ ତ୍ରିପାଠୀ । ଚଳିତ ସିଜନର ପ୍ରଥମ ବିଜୟ ସହିତ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟ ପଟରେ ଏହି ପରାଜୟ ସହିତ ପଏଣ୍ଟ ଟେବୁଲର ନବମ ସ୍ଥାନକୁ ଖସିଛି ଚେନ୍ନାଇ ।

Get real time updates directly on you device, subscribe now.