ବିଜ୍ଞାନର କମାଲ, ସୁପର ବେବିର ୩ଜଣ ବାପା, ମା’
ବୈଜ୍ଞାନିକମାନେ ଏବେ ଏପରି ଶିଶୁ ଜନ୍ମ କରାଇ ପାରୁଛନ୍ତି ଯେଉଁମାନେ ଗୋଟିଏ ଦମ୍ପତ୍ତିଙ୍କର ସନ୍ତାନ ନୁହଁନ୍ତି। ଏହି ସ୍ପେଶାଲ ପିଲାମାନଙ୍କ ଦେହରେ ଅଛି ୨ଜଣ ନାରୀ ଓ ଜଣେ ପୁରୁଷଙ୍କ ଡିଏନ୍ଏ!
ନୂଆଦିଲ୍ଲୀ: ବିଜ୍ଞାନ ଖୁବ୍ ଆଗେଇ ସାରିଲାଣି। ବୈଜ୍ଞାନିକମାନେ ଏବେ ଏପରି ଶିଶୁ ଜନ୍ମ କରାଇ ପାରୁଛନ୍ତି ଯେଉଁମାନେ ଗୋଟିଏ ଦମ୍ପତ୍ତି ସନ୍ତାନ ନୁହଁନ୍ତି। ଏହି ସ୍ପେଶାଲ ପିଲାମାନଙ୍କ ଦେହରେ ଅଛି ୨ଜଣ ନାରୀ ଓ ଜଣେ ପୁରୁଷଙ୍କ ଡିଏନ୍ଏ!
ଚାଲନ୍ତୁ ଜାଣିବା ଏପ୍ରକାର ସ୍ପେଶାଲ ଛୁଆଙ୍କୁ କ’ଣ ପାଇଁ ଜନ୍ମ କରାଯାଉଛି?
ଏମାନେ କୌଣସି ସୁପର ହିରୋ ଫିଲ୍ମ କିମ୍ବା ଗପର ଚରିତ୍ର ନୁହଁନ୍ତି। ଏମାନେ ହେଉଛନ୍ତି ବିଜ୍ଞାନର ସତ ଉପଲବ୍ଧି। ବ୍ରିଟେନର ନ୍ୟୁକେସଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏନେଇ ଏକ ବଡ଼ ପ୍ରଣାଳୀ ଆପଣେଇଛନ୍ତି।
ଯେଉଁଥିରେ ପିଲାଙ୍କୁ ଅନେକ ରୋଗ ଯେମିତି ମାଇଟୋକଣ୍ଡ୍ରିଆ ରୋଗରୁ ପିଲାଙ୍କୁ ରକ୍ଷା କରିପାରିବେ। ଆଉ ଏହା ମଧ୍ୟ ଜନ୍ମ ହେବା ପୂର୍ବରୁ ।
ମାଇଟୋକଣ୍ଡ୍ରିଆ କ’ଣ: ଆମ ଶରୀରର ପ୍ରତ୍ୟେକ କୋଷରେ ଏକ ଛୋଟ ଅଂଶ ହେଉଛି ମାଇଟୋକଣ୍ଡ୍ରିଆ। ଯାହା କୋଷ ଗୁଡ଼ିକ ଶକ୍ତି ଯୋଗାଏ। ଯେମିତି କୋଷ ଭିତରେ ଏକ ଛୋଟ ପାୱାରପ୍ଲାଣ୍ଟ। ହେଲେ ଯେତେବେଳେ ମାଇଟୋକଣ୍ଡ୍ରିଆ ଅସୁସ୍ଥ ହୁଏ ସେତେବେଳେ ଶିଶୁକୁ ବହୁତ ଅସୁବିଧା ହୋଇଥାଏ। ସେମାନେ ଚାଲିପାରନ୍ତିନି କି ଖାଇପାରନ୍ତିନି। ଆଉ କିଛି ଜଣ ଜନ୍ମ ପରେ ମରିଯାଆନ୍ତି।
ତେଣୁ ବୈଜ୍ଞାନିକମାନେ ଭାବିଲେ ଯଦି ମା’ର ମାଇଟୋକଣ୍ଡ୍ରିଆ ଅସୁସ୍ଥ ତେବେ ଅନ୍ୟ କୌଣସି ସୁସ୍ଥ ମହିଳାଙ୍କ ମାଇଟୋକଣ୍ଡ୍ରିଆ ବ୍ୟବହାର କରିହେବ।
ପରେ ସେମାନେ ମା’ ଏବଂ ବାପାଙ୍କ ଡିଏନ୍ଏ ନେଇ ଏବଂ ଆଉ ଜଣେ ମହିଳା ଅର୍ଥାତ ତୃତୀୟ ବ୍ୟକ୍ତିଙ୍କ ସୁସ୍ଥ ଓଭମକୁ ନେଇଥିଲେ।
ସେଥିରୁ ତାଙ୍କ ଡିଏନଏ ବାହାର କରି ମାଇଟୋକଣ୍ଡ୍ରିଆ ରଖାଯାଇଥିଲା। ପରେ ମା’ବାପାଙ୍କ ଡିଏନଏକୁ ସେହି ଓଭମରେ ପ୍ରତିରୋପଣ କରାଯାଇଥିଲା।
ପରେ ଏଥିରୁ ସୁସ୍ଥ “ସୁପର ଭ୍ରୁଣ” ସୃଷ୍ଟି ହୋଇଥିଲା। ଯେଉଁଥିରେ ୯୯.୯% ଜେନେଟିକ୍ କୋଡ୍ ମାତା ଏବଂ ପିତାଙ୍କର ଥିଲା। ଓଭମ ଡୋନର ମହିଳାଙ୍କର ଜେନେଟିକ୍ କୋଡ ଏଥିରେ ୦.୧% ଥିଲା ।
ଏପର୍ଯ୍ୟନ୍ତ ୮ଟି ଏପରି ସୁପର ସୁସ୍ଥ ଶିଶୁ ଜନ୍ମ ହୋଇଛନ୍ତି। ଏବଂ ସେହି ପିଲାମାନଙ୍କର ମାଇଟୋକଣ୍ଡ୍ରିଆ ରୋଗ ହେବ ନାହିଁ। ସେମାନଙ୍କ ଭବିଷ୍ୟତରେ ସେମାନଙ୍କ ପିଲାମାନଙ୍କୁ ଏହି ରୋଗ ହେବ ନାହିଁ ବୋଲି କୁହାଯାଇଛି।
ଏହି କୌଶଳ ବର୍ତ୍ତମାନ କେବଳ ବିଟ୍ରେନରେ ଉପଲବ୍ଧି। କିନ୍ତୁ ଏହା ଦର୍ଶାଏ ଯେ ଯେତେବେଳେ ବିଜ୍ଞାନ ଏବଂ ମଣିଷ ଏକାଠି ହୁଅନ୍ତି ସେତେବେଳେ କିଛି ବି ହୋଇପାରିବ।