fbpx

Reliance Jio ୟୁଜରଙ୍କ ପାଇଁ ଧମାକା ଅଫର୍; ଦୁର୍ଗା ପୂଜାରେ ଶସ୍ତା ରିଚାର୍ଜ ପ୍ଲାନ ଲଞ୍ଚ୍ କଲା କମ୍ପାନୀ

ଓଡ଼ିଶା ଭାସ୍କର: ସାରା ଦେଶରେ ସବୁଠାରୁ ଲୋକପ୍ରିୟ ଟେଲିକମ୍ କମ୍ପାନୀ ଭିତରେ ଖୁବ ଆଗରେ ରହିଛି ରିଲାଏନ୍ସ ଜିଓ । ୟୁଜରଙ୍କ ମନ ଜାଣି ଦମଦାର ପ୍ଲାନ୍ ଲଞ୍ଚ୍ କରିବା ସହ ଗ୍ରାହକଙ୍କୁ ଆକର୍ଷିତ କରିବାରେ କମ୍ପାନୀ ବେଶ୍ ସଫଳତା ପାଇଛି । କିନ୍ତୁ କିଛି ଦିନ ତଳେ ରିଚାର୍ଜ ପ୍ଲାନ ବଢିବା ପରେ ଅଧିକାଂଶ ୟୁଜର ଅସନ୍ତୋଷ ଜାହିର କରିଥିଲେ । ତେଣୁ ୟୁଜରଙ୍କ ପାଇଁ ଟେଲିକମ୍ କମ୍ପାନୀ ଏକ ଧମାକା ଅଫର ଆଣିଛି । ପାର୍ବଣ ଋତୁ ଭିତରେ ଖୁବ ଶସ୍ତାରେ ୟୁଜରଙ୍କୁ ଏହି ପ୍ଲାନ ଉପଲବ୍ଧ କରାଇଛନ୍ତି ରିଲାଏନ୍ସ ଜିଓ ପ୍ରତିଷ୍ଠାତା ମୁକେଶ ଅମ୍ବାନୀ । ଏହି ପ୍ଲାନରେ ସମସ୍ତ ସୁବିଧା ପାଇପାରିବେ ଗ୍ରାହକ ।

ଦୁର୍ଗା ପୂଜା ଅବସରରେ ରିଲାଏନ୍ସ ଜିଓ ୟୁଜରଙ୍କ ପାଇଁ ଆଉ ଏକ ଶସ୍ତା ପ୍ଲାନ ଲଞ୍ଚ୍ କରିଛି । ବାସ୍ତବରେ ପୁରୁଣା ୧୦୨୯ ଟଙ୍କାର ରିଚାର୍ଜ ପ୍ଲାନରେ କିଛି ପରିବର୍ତ୍ତନ କରିଛି କମ୍ପାନୀ । ମନୋରଞ୍ଜନ ଉପରେ ଗୁରୁତ୍ୱ ଦେଉଥିବା ୟୁଜରଙ୍କୁ ଏହି ପ୍ଲାନରୁ ବେଶ୍ ଫାଇଦା ମିଳିପାରିବ । ଏହି ପ୍ଲାନରେ ପୂର୍ବରୁ ମିଳୁଥିବା ଓଟିଟି ଆପ୍ସ ଗୁଡ଼ିକରେ କିଛି ପରିବର୍ତ୍ତନ ହୋଇଛି । ଏହି ପ୍ଲାନରେ ୟୁଜରଙ୍କୁ ୮୪ ଦିନର ଭ୍ୟାଲିଡିଟି ସହ ଅନଲିମିଟେଡ କଲିଂ ସୁବିଦା ମିଳିପାରିବ । ଏହାସହିତ ମୋଟ ୧୬୮ ଜିବି ଡାଟା ଉପଲବ୍ଧ ରହିବ, ଅର୍ଥାତ୍ ପ୍ରତ୍ୟେକ ଦିନ ଗ୍ରାହକ ୨ ଜିବି ପର୍ଯ୍ୟନ୍ତ ହାଇ ସ୍ପିଡ ଇଣ୍ଟରନେଟ ପାଇପାରିବେ । ସେହିପରି ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ଉପଲବ୍ଧ ରହିଛି । ତେବେ ଏହି ପ୍ଲାନ ରିଚାର୍ଜ କଲେ, ଏଥିରେ ୫ଜି ଇଣ୍ଟରନେଟର ସୁବିଧା ମଧ୍ୟ ପାଇବେ ୟୁଜର୍ସ । ୫ଜି ନେଟୱର୍କ ଅଞ୍ଚଳରେ ୟୁଜରଙ୍କୁ ଅନଲିମିଟେଡ ୫ଜି ସେବା ପ୍ରଦାନ କରିବ ଏହି ରିଚାର୍ଜ ପ୍ଲାନ । ତେବେ ଦୈନିକ ଡାଟା ଶେଷ ହୋଇଗଲେ ୬୪କେବିପିଏସ ସ୍ପିଡରେ ଇଣ୍ଟରନେଟ ବ୍ୟବହାର କରିପାରିବେ ଜିଓ ୟୁଜର ।

ତେବେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ପସନ୍ଦ କରୁଥିବା ୟୁଜର ଏହି ରିଚାର୍ଜ ପ୍ଲାନରେ ବେଶ୍ ଫାଇଦା ପାଇପାରିବେ । ପୂର୍ବରୁ ଏହି ପ୍ଲାନରେ ଆମାଜନ୍ ପ୍ରାଇମ ଭିଡିଓ ମୋବାଇଲ ସଂସ୍କରଣ ପାଇଁ ୮୪ ଦିନର ମାଗଣା ସବସ୍କ୍ରିପ୍ସନ ମିଳୁଥିବା ବେଳେ ବର୍ତ୍ତମାନ ଏଥିରେ ଆମାଜନ୍ ପ୍ରାଇମ ଲାଇଟ ଅଫର ପ୍ରଦାନ କରିଛି । ଆମାଜନ୍ ପ୍ରାଇମ ଲାଇଟରେ ୟୁଜର ୨ଟି ଡିଭାଇସରେ ଏଚଡି କ୍ୱାଲିଟିରେ ଭିଡିଓ ଦେଖିପାରିବେ । ଆମାଜନରେ ସିଧାସଳଖ ଭାବରେ ୟୁଜର ଆମାଜନ୍ ପ୍ରାଇମ ଲାଇଟ ବ୍ୟବହାର କରିପାରିବେ । କିନ୍ତୁ ପୂର୍ବରୁ ମିଳୁଥିବା ଆମାଜନ୍ ପ୍ରାଇମ ଭିଡିଓ ମୋବାଇଲ ଏଡିସନ୍ କେବଳ ମୋବାଇଲ ଫୋନ୍ ରେ ବ୍ୟବହାର କରି ହେଉଥିଲା । ଏହାର କ୍ୱାଲିଟି ମଧ୍ୟ ଖୁବ କମ୍ ରହିଥିଲା ।

Get real time updates directly on you device, subscribe now.